ଉଦ୍ଧବ ଚଉତିଶା

Want create site? Find Free WordPress Themes and plugins.

କୃଷ୍ଣ ଗୁଣ ଗୁଣି ବରଜ ତରୁଣୀ
ଉଦ୍ଧବେ କହନ୍ତି ୟେକ ।
କଳା ଲୋକଙ୍କର ସଙ୍ଗରେ ପୀରତି
କଳାଲୋକ ଅବିବେକ ।
ଉଦ୍ଧବ ହେ
କସ୍ତୁରୀ ଭୃଙ୍ଗ କୋକିଳ ।
କୃଷ୍ଣ କେଶ ଫଣୀ ରାହୁ ଯମ ଶନି
କାଳିଆ କେଉଂଟା ଭଲ ।

ଖଣ୍ଡଶାକର ଦୁଧସର ଖୁଆଇ
ଖେଳାଉଳ ବଡ଼କଲୁ ।
ଖଣ୍ଡତପ କରି କୃଷ୍ଣ ଫଳ ଆମ୍ଭେ
ରମ୍ଭାତରୁ ପ୍ରାୟେ ହେଲୁ ।
ଉଦ୍ଧବ ହେ
ଖିନ ହେଲାଣି ଦେହ ।
ଖଣ୍ଟ ପରତେ ପରମାନନ୍ଦ ପ୍ରୀତି
ପ୍ରାଣ

ଛନ୍ଦି ଭୁଜଭୁଜେ ପ୍ରେମ ଆଲିଙ୍ଗନ
ଚୁମ୍ବନ ପାନ ଅଧରୁ ।
ଛଛନ୍ଦେ କନ୍ଦର୍ପ କୁବେର ଭଣ୍ଡାର
ରତିରତ୍ନ ଜୂରକରୁ ।
ଉଦ୍ଧବ ହେ
କ୍ଷଣେ ହେଲେ ଦେଖାଦେଖି ।
ଛାର ପ୍ରାୟେ କରି ବ୍ରହ୍ମା ରୁଦ୍ର ଇନ୍ଦ୍ର
ପଦ ସଂପଦକୁ ଲେଖି ।

ଆଖିରୁ ଆମ୍ଭର ପ୍ରତିଚକ୍ଷୁ ପ୍ରାୟେ
ଶ୍ରୀକୃଷ୍ଣ ଅନ୍ତର ହେଲା ।
ଅକ୍ଷରମାତ୍ରା ଅନୁସାର ସହିତେ
ପ୍ରେମ ପୁସ୍ତକ ହୋଇଲା ।
ଉଦ୍ଧବ ହେ
ଅନୁଭବ କରୁଁ କରୁଁ ।
ଆମ୍ଭେ କି କୃଷ୍ଣ କୃଷ୍ଣ ଆମ୍ଭ ଶରୀର
ଦ୍ୱିତୀୟ ଭାବ ପାଶୋରୁଁ ।

ଯୋଗସାଧ ବୋଲି ବୋଲ ହେ ଉଦ୍ଧବ
ଯଦୁନାଥ ଆଜ୍ଞା ଦେଲେ ।
ଜାଣିଲୁ କୁବୁଜା ଯୋଗେଶ୍ୱରୀ ତାଙ୍କୁ
ଯୋଗମାର୍ଗ ଶିଖାଇଲେ ।
ଉଦ୍ଧବ ହେ
ଯଦୁନାଥ ବଡ଼ ଯତି ।
ଯୋଗ ଶିଖିଲୁ ଏକାରାତ୍ରେ ତା ତହୁଁ
ଷୋଳ ସହସ୍ର ଯୁବତୀ ।

ଅନେକ ଜପ ତୀର୍ଥ ବ୍ରତରେ
ନ ପାରନ୍ତି ମୁନି ଧରି ।
ଅନୁମାନ ଅନୁଭବ ହିଁ କଲୁଣି
ଅନୁରାଗବଶ ହରି ହେ ।
ଉଦ୍ଧବ ହେ
ଅତି ପ୍ରେମ ହେମ ରଙ୍କ ।
ଆଶା ପୂର୍ଣ୍ଣକଲେ ଗାଈ ଗୋପୀଙ୍କର
ହୋଇ ସେ ବଚ୍ଛା ବାଳକ ।

ଉଦ୍ଧବ ହେ
ଟଙ୍କଧର ନୋହୁ ଆମ୍ଭେ ।
ଟେକ ହୃଦୟ କମଳ ଛଡ଼ ଚକ୍ର
ଭେଦ କହୁଅଛ ତୁମ୍ଭେ ।

ତାଙ୍କ ତୁଲେ ଆମ୍ଭେ ମାନବତୀ ହେଲେ
ଗୁଞ୍ଜଫଳ ପ୍ରାୟେ ଦିଶୁ ।
ତନୁଯାକ ଦିବ୍ୟ ଅନୁରାଗ ପୂରି
ମୁଖରେ ଢମ ପ୍ରକାଶୁଁ ।
ଉଦ୍ଧବ ହେ
ତୁଟି ଦେଉଥାଉ ଗାଳି ।
ତିରଣ ଧରି ଚରଣ ତଳେ ପଡ଼ି
ଚାଟୁ କହେ ବନମାଳୀ ।

ଉଦ୍ଧବ ହେ
ନିର୍ଲଜ୍ଜ ଜୀଇଛୁଁ ଆମ୍ଭେ ।
ନନ୍ଦସୁତ ଛାଡ଼ି ନିରାକାର ଭଜ
ଶୁଣିଲୁ କହୁଛ ତୁମ୍ଭେ ।

ସଚେତ ହୋଇଣ କହଇ ଉଦ୍ଧବ
ସନ୍ଦେଶ ଗୋପପୁରର ।
ସବୁ ଗୋପୀଏ ମାଗିଛନ୍ତି ଗୋସାଇଁ
ପ୍ରେମ ପାସୋରା ମନ୍ତର ।
ମହାପ୍ରଭୁ
ସଦା ଭକ୍ତିଭାବ ଶୁଣି ।
ସମ ନୋହନ୍ତି ସେ ବିଚାରେ ଗୋପିକା
ଗୋଟିଏ ଗୋଟିଏ ମୁନି ।

କ୍ଷମାସିନ୍ଧୁ କହେ ଶୁଣ ହେ ଉଦ୍ଧବ
ନିରବଧି ଅଛି ଗୋପେ ।
ଛାଡ଼ି ନିଦ୍ରା ଦେହ ନୟନେ ସ୍ୱପନେ
ଭ୍ରମୁଥାଇ ଯେଉଂ ରୂପେ ।
କ୍ଷମାସିନ୍ଧୁ ସେ
କ୍ଷମେ ଗୋପୀ ଗାଳି ଶୁଣି ।
ଛାର ପ୍ରାୟେ କରି ଦେବ ସ୍ତୁତିକରି
କବି ଭୂପତି ୟେ ଭଣି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ