ତୁଟୀ ଗଲାଟୀ ଅନ୍ଧାର

Want create site? Find Free WordPress Themes and plugins.

ତୁଟୀ ଗଲାଟୀ ଅନ୍ଧାର ହୋ ନାଥ ।
କରୁଣା ହୃଦରେ କୃପା ରଖିଥିଲେ
ଭାନୁ ଯେମା ଜେ ତୁଂଭର ହୋ ନାଥ । ଘୋଷା ।

କହେ ଚନ୍ଦ୍ରାବଳି ଶୁଣ ବେନୁପାଣୀ
ମୋ ପୁର ବିଜୟେ କର ।
ଶାଶୁ ନଣନ୍ଦ ଗଞ୍ଜଣା କେ ସହିବ
ତୁଂଭକୁ କି ଅଗୋଚର ହୋ ନାଥ । ୧ ।

ଆସନର ଉଠୀ ପୟଧର ଗୋଟୀ
ପାଣୀରେ ମୁଖ ଚୁମ୍ବନ ।
ବାମଭୂଜ ବାମା ଗଳାରେ ଲମ୍ବାଇ
ବିଦାହେଲେ ପ୍ରମବ୍ରହ୍ମ ହୋ ନାଥ । ୨ ।

ହସ ହସ ହୋଈ ହରି ପୁଣି ଯାଈ
ମିଳିଗଲେ ସେ ଦାଣ୍ଡରେ ।
ଏମନ୍ତ ସମଏ ସାଶୂ ନନନ୍ଦ ଯେ
କୋହୁଅଛନ୍ତି ରାଧାରେ ହୋ ନାଥ । ୩ ।

ଉଠ ଭାନୁ ଯେମା ଗୋରସ ମୋହିଂବା
ଉଛୂର ହେଉଛି ବେଳ ।
କହଈ ପାମର ହାଡୀଆ କମାର
କାଟ କୃଷ୍ଣ ନାମେ କାଳ ହୋ ନାଥ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ