ତାତ ମାତ କରୁଛନ୍ତି ରୋଦନ

Want create site? Find Free WordPress Themes and plugins.

ତାତ ମାତ କରୁଛନ୍ତି ରୋଦନ
ଚଉଦିଗେ ଘେରି ପଚାରି ପଚାରି
କାହିଁ ଗଲେ ଏକ ନନ୍ଦନ । ପଦ ।

ପିତା ବୀଜାମୃତ ତୋଳି ନଦେଇ
ମାତା ପ୍ରସବିଲେ ଦୁଃଖ ନପାଇ
ଗର୍ଭୁ ନ ପଡ଼ନ୍ତେ ଗଲେ କେଉଁ ପଥେ
ବୁଦ୍ଧି ନ ଶିଖୁଣୁ ହେଲେ ସିଆଣ । ୧ ।

ଜନ୍ମ ଦିନୁ କ୍ଷୁଧା ତୃଷା ନଥାଇ
ଉଦର ପୁରିଛି କିଛି ନ ଖାଇ
ତଇଳ କୁଙ୍କୁମ ଅଙ୍ଗେ ନ ଲାଗଇ
ଦେହ ଦିଶେ ଯେସନେକ ସୁବର୍ଣ୍ଣ । ୨ ।

ଅନୁମାନ କରୁଛନ୍ତି ସଂସାରେ
ବୁଦ୍ଧି ନାହିଁ ଅବିବେକ ବିଚାରେ
ଭଣେ ଭୀମଭୋଇ କାନ୍ଦ କାନ୍ଦ ହୋଇ
ନ ଚାହିଁ ପୁତ୍ରର ବଦନ । ୩ ।


ଅକ୍ଷୟ ମହାନ୍ତି ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ