ଶୂନ୍ୟରେ ରାହାସ ଯହୁଁ

Want create site? Find Free WordPress Themes and plugins.

ଶୂନ୍ୟରେ ରାହାସ ଯହୁଁ
ରଚିଲେ ଶ୍ରୀହରି ।
ଦିଶିଲାକ ସର୍ବ ଶୂନ୍ୟ
ରାହାସ ମଣ୍ଡଳୀ । ୧ ।

ଶୂନ୍ୟକୁ ଶୂନ୍ୟ ମିଶାଇ
କଲେକ ମନ୍ଥନ ।
ତେଣୁକରି ‘ରା’ ଅକ୍ଷର
ହେଲା ଉତପନ୍ନ । ୨ ।

ଆକାର ଉକାର ଯେ
ମକାର ଥିଲା ରହି ।
ତିନିଙ୍କି ଛନ୍ଦିଲେ
ମଣିକୁଟୀ ଦ୍ୱାରଠାଇଁ । ୩ ।

ତିନି ଛନ୍ଦ ଫିଟନ୍ତେ
ମକାର ହେଲା ଜାତ ।
ଏମନ୍ତ ପ୍ରକାର ରାମ
ନାମଟି ସମ୍ଭୁତ । ୪ ।

ଏ ବେନି ଅକ୍ଷର ଯେବେ
ହୋଇବ ଏକତ୍ୱ ।
ଦ୍ୱିଜାନନ୍ତ କହେ ସନ୍ଥ
ପାଦେ ରହୁ ଚିତ୍ତ । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ