ସୁନ୍ଦର ବଦନ ପଙ୍କଜଡୋଳା

Want create site? Find Free WordPress Themes and plugins.

ସୁନ୍ଦର ବଦନ ପଙ୍କଜଡୋଳା
ଦରଶନେ ନ କର ହେଳା । ପଦ ।

କର୍ଣ୍ଣରେ କୁଣ୍ଡଳ ଗଳେ ରତ୍ନହାର
ଚଉସରି ହୋଇ ଲମ୍ବିଛି ମାଳା ।
ଯମୁନା ନଦୀକି ନାବ ଖେଳିଗଲେ
ପାରି କରିଦିଅ ନନ୍ଦର ବଳା ।

ଲକ୍ଷେ ରାଜା ମୁଖେ କାଳୀ ଲଗାଇଲ
ସାତବେଣ୍ଟି କଲ ସହୋଦ୍ର ଶଳା ।
ଜଗନ୍ନାଥ ପ୍ରଭୁ ନୀଳାଞ୍ଚଳେ ବିଜେ
ଆଉ ଏଡ଼େ ପ୍ରଭୁ ନୋହିବେ ପରା ।

ଅଳକାପନ୍ତିକି କଳିକା ସୁନ୍ଦର
କଳାମେଘେ ଯେହ୍ନେ ଝଟକେ ତାରା ।
ଜଗନ୍ନାଥ ପ୍ରଭୁ ଏହି ଦେଉଳରେ
ଏଡ଼େ ପ୍ରଭୁ ଆଉ ନଥିବେ ପରା ।

ନୀଳାଞ୍ଚଳେ ଦାରୁସ୍ୱରୂପେ ବିଜୟେ
ନାମ ସଂକୀର୍ତ୍ତନେ ହୋଇଲେ ଭୋଳା ।
କହେ ସାଲବେଗ ଜାତିରେ ଯବନ
ଭବସାଗରକୁ ତୋ ନାମ ଭେଳା ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ