ସାରଙ୍ଗେ ଆଜ

Want create site? Find Free WordPress Themes and plugins.

ସାରଙ୍ଗେ ଆଜ ସଖି ମାନ ତେଜ
ସାରଙ୍ଗ ମୋହିନୀ ସାରଙ୍ଗ ବଚନୀ
ସାରଙ୍ଗ ଘେନି ତୁ ଏହି ଅରଜ । ଘୋଷା ।

ସାରଙ୍ଗେ ଶରୀର ହେଉଛି ଘାରି
ସାରଙ୍ଗ ଯୌବନ ଦେଖି ତୋହରି ।
ସାରଙ୍ଗ ଲଖଳି ସାରଙ୍ଗ ନୟନା
ସାରଙ୍ଗ ନାଶିନୀ ନାଗରୀ ରାଜ । ୧ ।

ସାରଙ୍ଗ ବଦନୀ ହର ବେଦନା
ସାରଙ୍ଗେ କହୁଛି ତୋର ନବୀନା ।
ସାରଙ୍ଗେ ବସାଇ ସାରଙ୍ଗେ ରସାଇ
ସାରଙ୍ଗେ ହର ତୁ ଭିଡ଼ି ଉରଜ । ୨ ।

ସାରଙ୍ଗ ବିଷେ ଯେ ହେଉଛୁଁ ଘାରି
ସାରଙ୍ଗ ଧରୁଛୁଁ ଶୁଣ ସୁନ୍ଦରୀ ।
ସାରଙ୍ଗ କିଶୋରି ସାରଙ୍ଗ ଯେ ସ୍ମରି
ସାରଙ୍ଗେ ଉଠ ମୋ ନାଗରୀ ରାଜ । ୩ ।

ସାରଙ୍ଗେ ବଚନ ଶୁଣିଣ ଗୋରୀ
ସାରଙ୍ଗରେ ଯାଇ କରିଲେ କେଳି ।
ସାରଙ୍ଗେ ମୋ ରାଣ ସାରଙ୍ଗ ତେଜିଣ
ସାରଙ୍ଗେ ଆବୋରି ବସିଲେ ଶେଯ । ୪ ।

ସାରଙ୍ଗ ବିଧି ସେ ସାରିଣ ଗଲେ
ସାରଙ୍ଗ ଦର୍ଶନ ଯାଇଁଣ କଲେ ।
ପୂଜି ହର ଗୌରୀ ଆସିଲେ ଯେ ଫେରି
କହେ ଗୌରହରି ହେ ରସରାଜ । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ