ସମର୍ପି ଦେଲି ପାଇଲ ସର୍ବ

Want create site? Find Free WordPress Themes and plugins.

ସମର୍ପି ଦେଲି ପାଇଲ ସର୍ବ
ବୁଝ ନ ବୁଝ ସ୍ୱାମୀ ଗୁରୁଦେବ । ପଦ ।

ଚିନ୍ତା ଅର୍ଥ ବାଡ଼ି ବୃତ୍ତି ସ୍ୱଭାବ
କର୍ମ ଧର୍ମ ସତ୍ୟ ସୁକୃତ ମାର୍ଗ
ପିଣ୍ଡ ପ୍ରାଣ ବାନା ପାଣି ଯେ ଭୋଗ
ଲଲାଟ ପଟେ ଯାହା ଲେଖା ଯୋଗ । ୧ ।

ସଦା ଅପରାଧୀ ଅଟଇ ଜୀବ
ନାମ ଭଜିବାକୁ ନାହିଁ ମୋ ଭାଗ୍ୟ
ଭାସୁଅଛି ମୁଁ ଜଳ ଭବାର୍ଣ୍ଣବ
ଗୁରୁ ପାଦବିନ୍ଦ ଅଟଇ ନାବ । ୨ ।

ସ୍ଥିତି ବସ୍ତୁ ଯାହା ଦେଇଛ ଠାବ
ଧନ ଦାରା ସୁତ ସଂସାର ଭାବ
ଆୟ ଅଳଙ୍କାର ଶୋଭା ସୁଲଭ
ଦାନ ଦେଲି ନିଅ ଗୁରୁଦେବ । ୩ ।

ଗୁରୁ ସ୍ୱାମୀ ଯେବେ କୃପା ନୋହିବ
ଏଠାରୁ ସର୍ବ ବିଭୂତି ସରିବ
ଜଗତରେ ଅପଖ୍ୟାତି ଶୁଭିବ
ଭଣେ ଭୀମ ଭୋଇ ବାନା ବୁଡ଼ିବ । ୪ ।


ଅକ୍ଷୟ ମହାନ୍ତି ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ