ସଜ କଞ୍ଜ ନୟନା କୁଞ୍ଜେ ଆରେ

Want create site? Find Free WordPress Themes and plugins.


ସଜ କଞ୍ଜ ନୟନା
କୁଞ୍ଜେ ଆରେ । ଘୋଷା ।

ମଧୁର ତାନ ତୋଳି
ଜୟ ଶ୍ରୀରାଧେ ବୋଲି
ବାଜେ ଶ୍ୟାମ ମୁରଲୀ
ସଜରେ କୁଞ୍ଜରେ
ମଧୁରେ ମଧୁରେ । ୧ ।

ଯେତେ ବ୍ରଜ ଯୁବତୀ
କୁଞ୍ଜେ କଲେଣି ଗତି
ଭେଟିବେ ଯାଇ ବ୍ରଜ
ରାଜାରେ ବଜାରେ
ହଜାରେ ହଜାରେ । ୨ ।

ବାଜୁ ବାଜିଲେ ବାଜା
ତୋ ନାମେ ନାରୀରଜା
ନ ଯା ତୁ ଆଉ ବ୍ରଜ
ଲାଜରେ ଲାଜରେ
ଲାଜରେ ଲାଜରେ । ୩ ।


ଏହି ଗୀତଟି ଗୋଟିପୁଅରେ ବିଶେଷ ଭାବରେ ପ୍ରଚଳିତ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ