ରୂପରେଖ ନାହିଁ ହେ

Want create site? Find Free WordPress Themes and plugins.

ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ । ପଦ ।

ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବଢ଼ୁଅଛି ଜଳ ନାହିଁ ନଦୀକୂଳ
ଉଲକାପାତ ଧାରା ବହି ହେ । ୧ ।

ଜକଜକ ଓଦା ଶୁଖିଲା ହୋଇଛି
କବାଟ ନଥିରୁ ନେତ୍ରରେ ଦିଶୁଛି
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ଉଦେ ଅସ୍ତ ନାହିଁ ତହିଁ ହେ । ୨ ।

ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ
ଫୁଟିଛି ପତର ଡେମ୍ଫ ନାହିଁ ତାର
ଅସାଧନା ମାର୍ଗେ ପାଇ ହେ । ୩ ।


ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ