ରତ୍ନସିଂହାସନ ମଉଡ଼ମଣିକି

Want create site? Find Free WordPress Themes and plugins.

ରତ୍ନସିଂହାସନ ମଉଡ଼ମଣିକି
କହିବଟିକି କଥାଏ ।
କି ଗର୍ବେ ଦ୍ରୌପଦୀ ମୃଗୁଣୀ ରକ୍ଷଣ
ଏବେ କି ପାଶୋର ଯାଏ । ପଦ ।

ମଉନଦୀ କୂଳେ କଲ୍ପବଟ ମୂଳେ
କରିଅଛନ୍ତି ବିଜୟେ ।
ସେ ଚାନ୍ଦ ବଦନ ପଙ୍କଜ ଲୋଚନ
ଥାଉ ଥାଉ କିମ୍ପା ଭୟେ । ୧ ।

ବାହୁ ତୋଳି ବସ ମୃଦୁ ମୃଦୁ ହସ
ସଂସାର ଏଡ଼େ ଅଥୟେ ।
ମୋହପାଇଁ କିଛି ଧନ ମାଗୁଛି କି
ନ ଶୁଣ ଦେବାଧିରାୟେ । ୨ ।

ଭାତ ନ ମିଳଇ ତିଉଣ ନ ଥାଇ
ଲୁଣ ବିନା ଅତି ଭୟେ ।
ଟଙ୍କା ଭିତରେ ଅଧୁଲି ଗୋପ୍ୟ ହୁଏ
ସଂସାର ଅନ୍ଧାରମୟେ । ୩ ।

ଛତିଆ ଗ୍ରାମରେ ରହି ହୀନ ହାଡ଼ି
ଜଣାଉଛି ପଦ୍ମପାୟେ ।
ତୁମ୍ଭଙ୍କୁ ତୁମ୍ଭ ଭକ୍ତରାଣ ଅଛିଟି
ନୋହୁଅଛି ଯେବେ ନ୍ୟାୟେ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ