ରସଲହରୀ

Want create site? Find Free WordPress Themes and plugins.

ରାଜବଂଶୀୟ ନାୟିକା ରସଲହରୀ ଓ ନାୟକ ପୁଷ୍ପତିଳକଙ୍କ କାଳ୍ପନିକ ଶୃଙ୍ଗାରରସପ୍ରଧାନ କାବ୍ୟ ।

ସିତତନୁ-ଜିତ ପଞ୍ଚଶାୟକ ।
ମିତ୍ରନୟନ ଆନନ୍ଦଦାୟକ । ୧ ।
ଅରିଦରକର ପରଶୁଧର ।
କରେ ଶୋଭିତ କମଳ ଯାହାର । ୨ ।
ଜନ ନରକ ଦାରଣେ ଉଦାର ।
ସେ ଅଜ୍ଞାନ ଅନ୍ଧକ କ୍ଷୟକର । ୩ ।
ଏହୁ ତିନିପଦ ଜାଣ ସୁମତି ।
ବର୍ଣ୍ଣିଅଛି ଶ୍ରୀହରିହର ମୂର୍ତ୍ତି ।

ଗ୍ରନ୍ଥ ଆରମ୍ଭରେ କବି ହର ଓ ହରିଙ୍କୁ ଦ୍ୱିଅର୍ଥବୋଧକ ଶବ୍ଦ ପ୍ରୟୋଗ କରି ସ୍ତୁତି କରିଛନ୍ତି । କବିଙ୍କ ରାଜ୍ୟର ରାଜଧାନୀର ନାମ ହରିହରପୁର ଥିବାରୁ ହରିହରଙ୍କ ସ୍ତୁତି କରାଯାଇଛି । ଏପରି ସ୍ତୁତି ଓଡ଼ିଶାର ବହୁ ଉଚ୍ଚକୋଟିର ପ୍ରାଚୀନ କାବ୍ୟମାନଙ୍କରେ ଦେଖାଯାଏ ।

[table “” not found /]

କାଞ୍ଚି ନୃପତି ସୁତା ରସଲହରୀ ।
ତାର ଗୁଣ ରାଜନ ଶୁଣିକରି ।
ଏହି ଅବସର ପାଇ ମଦନ ।
ନିଜ ବଶ କଲା ତାଙ୍କୁ ବହନ ।
ଏଥୁ ଅନ୍ତେ ରାଜା କଥାସାଗର ।
ନ ତରନ୍ତି କବି ବାକ୍ୟ ବାହୁର ।
ତଥାପି ହିଁ ସେ କଥା ସମୁଦ୍ରକୁ ।
ଏହି ହେତୁ ଭରସା ତରିବାକୁ ।
ଯାହା ଗୁଣ ଅନାୟାସରେ ମୋତେ ।
ଆକର୍ଷଣ କରୁଛନ୍ତି ନିରତେ ।

ଯେଣୁ ରସରେ ପ୍ରଧାନ ଯୋଷିତ ।
ତାର ନାମେ ଏ ଗୀତ ହେବ ଖ୍ୟାତ ।

ନୃପ ମନ୍ତ୍ରୀ ବନ୍ଧୁ ଘେନି ଅନେକ ।
ପୁତ୍ର ନାମ କଲେ ପୁଷ୍ପତିଳକ ।
କ୍ରମେ ବୃଦ୍ଧିକି ଲଭିଲା କୁମର ।
ଇନ୍ଦୁ କଳା ପାଇ ଯେହ୍ନେ ସାଗର ।
ଅଷ୍ଟାଦଶ ବିଦ୍ୟାର ସହିତରେ ।
ନୃପ ଦେଖି ପୂର୍ଣ୍ଣ ଯଉବନରେ ।
ନିଜ ରାଜ୍ୟ ମନୋରମା ପୁରୀରେ ।
ଅଭିଷେକ କଲେ ବିଧିମତିରେ ।
ରାଜଶିରୀ ସୁତେ କରି ପ୍ରଦାନ ।
ବନେ ଆଶ୍ରିତ ହୋଇଲେ ରାଜନ ।

ପୁଷ୍ପତିଳକ ନୃପତି ଏ ଅନ୍ତେ ।
ପ୍ରଜା ପାଳିଲେ ପୁତ୍ର ପ୍ରାୟେ ଚିତ୍ତେ ।
ଅସମୁଦ୍ର ମେଦିନୀ ମଣ୍ଡଳର ।
ଚକ୍ରବର୍ତ୍ତୀ ହୋଇଲେ ନୃପବର ।
ଅରି ହୋଇ କେ ତାଙ୍କର ନୋହିଲେ ।
ଭୃତ୍ୟ ପରାୟେ ନୃପ ସେବା କଲେ ।
ନାନା ଦେଶରୁ ବିପ୍ର ଗୁଣୀଜନ ।
ପ୍ରବେଶରେ ନେଲେ ଅନେକ ଧନ ।
ଶିବି ରାଜା ପରାଏ ଦାତା ହେଲେ ।
ବଳେ ବଳରାମ ବଳ ଲଭିଲେ ।
ଧନୁଶାସ୍ତ୍ରେ ରାମଚନ୍ଦ୍ର ଉପମ ।
ଚିତ୍ରରଥ ଗନ୍ଧର୍ବ ଗୁଣେ ସମ ।
ରୂପେ କାମିନୀ କାମେ ହେଲେ ବାମ ।
ସର୍ବ ଗୁଣେ ହୋଇଲେ ବିଷ୍ଣୁ ସମ ।
ସୁଧାକର ପରାଏ ଯାହା କୀର୍ତ୍ତି ।
ବରଦାନରେ ଯୂତ କଲେ କ୍ଷିତି ।

ଯମକ
ଏଥୁଅନନନ୍ତେ କାମ ସଙ୍ଗତେ
ପୂର୍ଣ୍ଣ କରନ୍ତେ ଜନେ
ବିରହୀଜନ ମନମଜ୍ଜନ
ମଧୁ ପ୍ରବେଶ ବନେ ।
ପାଦପେ ଜବେ ଚାରୁ ପଲ୍ଲବେ
ହେଲେ କୁସୁମେତ୍ତର
କୋକିଳ ଗୀର କଲା ଯୋଗୀର
ମନ କାମେ କାତର । ୧ ।

ତାଙ୍କ କୁମାରୀ ସେ ସୁକୁମାରୀ
ନାମ ରସଲହରୀ
ଅତି ଯତନ ବାମାରତନ
ବିଧି ବା ଅଛି କରି ।
ଯାହା ରୂପର ସମାନ ପର-
ଦେବତା ନାରୀଗଣ
ନୁହନ୍ତି ସମ ଅତି ସୁଷମ-
ନିଧାନ ହେଲେ ଜାଣ ।
ସକଳ ଗୁଣ-ନିଧାନ ଗୁଣ
କହିବା ଅବା କେତେ
କହିଲେ ଶେଷ ନୋହିବ ଶେଷ-
ଗୁରୁ କବି ସହିତେ ।

ନିଶ୍ଚୟ ତାର ଲପନେ ପରାଜୟ ପାଇଣ
ସରସିଜ ପଳାଇ ହୋଇଲେ ଜଳେ ଶରଣ ।
ଯେଣୁ ତାହାର ଆନନ ସମାନ ଇନ୍ଦୁକୁ
ଦେଖନ୍ତେ ଭଜଇ ନିଶାକାଳରେ ମୁଦ୍ରିତକୁ ।

ଯେବଣ ପୁର ମଧ୍ୟରେ
ଚତୁର ନାଗର ନରେ
କରିଛନ୍ତି କପୋତ ଅପୂର୍ବ ଘଟନ ।
କେ ଏକ ଚରଣେ ରହି
ଆପଣା ପକ୍ଷ ଖୁମ୍ପାଇ
କେହି ପ୍ରିୟାମୁଖେ ମୁଖ କରେ ନିଧାନ ।
ପବନରେ କରନ୍ତି ଗତି
ସତ୍ୟ ଏହୁମାନେ ହଂସ କଲା ପ୍ରତୀତି । ୭ ।

ଯହିଁ ରାତ୍ରିରେ ଯୋଷିତ
ନୀଳମଣିରେ ଘଟିତ
ଭୂମିରେ ପ୍ରତିବିମ୍ବିତ ତାରାମାନଙ୍କୁ ।
ସୁଗନ୍ଧ କୁସୁମ ଆଶର
ବଢ଼ାନ୍ତେ କର ହରଷେ
ଜାଣିଣ ସଜନୀ ହାସେ ନିଜ ଭ୍ରମକୁ ।
ଅତି କ୍ରପାନଦୀ ନୀରରେ
ଅଧଃକୁ ଲପନ କରି ବୁଡ଼ନ୍ତି ଖରେ । ୯ ।

ଯହିଁ ନାୟକେ ବୋଧିତ
ହୋଇଣ ନବ ଯୋଷିତ
କ୍ରୀଡ଼ା ନିମିତ୍ତେ ତ୍ୱରିତ ପ୍ରିୟ ସଙ୍ଗରେ ।
ପ୍ରବେଶ ହୋଇ ଗୃହରେ
ମଣି ନିର୍ମିତ ସ୍ତମ୍ଭରେ
ନିଜ ପ୍ରତିବିମ୍ବ ଖରେ ଦେଖି ତହିଁରେ ।
ଦ୍ୱେଷରେ କୁଟିଳ ଭାବକୁ
ଭଜନ୍ତି ବ୍ୟସ୍ତ କରନ୍ତି ପ୍ରିୟତମକୁ । ୧୦ ।

ଯହିଁ ବିରହିଣୀ ନାରୀ
ଶଶଧର ଭୟକରି
ବ୍ୟାପିତ ନକ୍ଷତ୍ରପଥ ଗୃହ ମଧ୍ୟରେ ।
ପ୍ରବେଶ ହୁଅନ୍ତେ ମଣି-
ନିର୍ମିତ ସଦନେ ପୁଣି
ତାହାଙ୍କ ଚାରୁ ଲପନ ପ୍ରତିବିମ୍ବରେ ।
ଚନ୍ଦ୍ରଭୂମ କରି ଚିତ୍ତରେ
ମୂର୍ଚ୍ଛିତ ହୋଇ ପଡ଼ନ୍ତି ତହିଁ ସତରେ । ୨୬ ।

ମଣଇ ମରାଳ ମଣି
ଏ ପୁର ନିଶ୍ଚେ ରମଣୀ
କଳଶ କୁଚ ଚକୋର ନେତ୍ରେ ଚାହାଇଁ ।
ନୀଳମଣି କେଶେ ଶୋଭା
ପଦ୍ମରାଗ ମୁଖ ଆଭା
ତୋରଣ ବାହୁ ବିଭ୍ରମ ଅଧରେ ଶୋହି ।
ଅନୁରାଗ କରେ କାନ୍ତରେ
ସ୍ଫଟିକ କିରଣ ହାସ ଶୋଭା ବିସ୍ତାରେ । ୨୭ ।

ତାହାଙ୍କୁ ।
ବେଢ଼ି ଯାଆନ୍ତେ ସେ ପଥରେ ।
ଦିଶିଲେ ଯେସନେ ଇନ୍ଦୁ ପ୍ରତିବିମ୍ବ
କଇରବ ବୃନ୍ଦ ମଧ୍ୟରେ । ୨ ।

ପୁଣି ସେ ଯୋଷିତ ତୋଟା ମଧ୍ୟଗତ
ହୋଇଣ ବୋଲନ୍ତି ଏ ବନ ।
ଅସତୀ ନାରୀର ପରାୟ ଶରୀର
କେଉଁ ଦେଶରେ ବାସହୀନ ।
ଆହୁରି ।
ସ୍ଫୁଟହ ସରେ ଏ ବିଦିତ ।
ଭୃଙ୍ଗମାନଙ୍କର ବିଳାସକୁ ଧରେ
ଦ୍ୱିଜ କ୍ଷତେ ହୋଇ ମଣ୍ଡିତ । ୬ ।

ଯମକ-ଅନୁପ୍ରାସ
ହରଷେ ସରସୀ ରସରେ ପ୍ରବେଶ
ସାରସ ଆନନ୍ୟ ହେଲେ
ମାନସରୋବରେ ସୁରନାରୀଙ୍କର
ପରାଏ ଶୋଭା ବହିଲେ । ୨୪ ।

ଉତ୍କଳ ମଧ୍ୟଦେଶର ହରିହରପୁରର
ମଧ୍ୟରେ ଅବନୀଶ୍ୱର ସେ ଭଞ୍ଜବର ଏ । ୭୯ ।
କୃଷ୍ଣଭଞ୍ଜ ନୃପ ନାମ ତାଙ୍କ ପୁତ୍ର ତ୍ରିବିକ୍ରମ
ପରାକ୍ରମେ ତ୍ରିବିକ୍ରମ ସେ ଅନୁପମ ଏ । ୮୦ ।
ତାଙ୍କ ସୁର ସର୍ବେଶ୍ୱର ବିଷ୍ଣୁଭକ୍ତ ମଧ୍ୟେ ସାର
ସେ ବୀର ବିକ୍ରମ ତାତ ତାହାଂକ ସୁତ ଏ । ୮୧ ।
ଚାରୁ ଅଙ୍ଗଦେ ଶୋଭିତ କାଳିକାକାନ୍ତ ପୂଜିତ
ସତ୍ୟଭାମାରେ ସଂଯୁତ ଅତି ରାଜିତ ଏ । ୮୨ ।
ରାମକୃଷ୍ଣ ପଦ କବି ରଘୁନାଥ ଭଞ୍ଜ ଭାବି
ନୃପ ଛାନ୍ଦ ତ୍ରୟୋଦଶ କଲେକ ଶେଷ ଏ । ୮୩ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ