ରଘୁନାଥ ଭଞ୍ଜ

Want create site? Find Free WordPress Themes and plugins.

ମୟୁରଭଞ୍ଜର ସୂର୍ଯ୍ୟବଂଶର ରାଜା ରଘୁନାଥ ଭଞ୍ଜ । ସେ ଉପେନ୍ଦ୍ର ଭଞ୍ଜଙ୍କ ସମସାମୟିକ କିମ୍ବା ଅଳ୍ପ ପରବର୍ତ୍ତୀ ହୋଇଥିବା ଅନୁମିତ । ଏହି କାରଣରୁ ରୀତିଯୁଗୀୟ ପ୍ରଭାବ ତାଙ୍କ ଉପରେ ପଡ଼ିଥିବା ସ୍ୱାଭାବିକ । ରସଲହରୀ କାବ୍ୟର ରଚୟିତା । ପୂର୍ବେ ମୟୁରଭଞ୍ଜ ହରିହରପୁର ରାଜ୍ୟ ରୂପେ ପରିଚିତ ଥିବାରୁ କବି ନିଜ ରାଜ୍ୟକୁ ହରିହରପୁର ଭାବେ ପରିଚିର କରାଇଛନ୍ତି । ବର୍ତ୍ତମାନର ରାଜଧାନୀ ବାରିପଦାଠୁଁ ହରିହରପୁର ଗଡ଼ ଦକ୍ଷିଣ ପୂର୍ବକୁ ପ୍ରାୟ ଦଶ ମାଇଲ ଦୂରରେ ଭଗ୍ନ ଅବସ୍ଥାରେ ରହିଛି ।
ମହାରାଜା ରଘୁନାଥ ଭଞ୍ଜ ୧୭୨୮ ଠାରୁ ୧୭୫୦ ରାଜତ୍ୱ କରିଥିବା ଜଣାଯାଏ । ଏହାଙ୍କ ପିତା ବୀରବିକ୍ରମ ଭଞ୍ଜ, ପିତାମହ ସର୍ବେଶ୍ୱର ଭଞ୍ଜ, ପ୍ରପିତାମହ ତ୍ରିବିକ୍ରମ ଭଞ୍ଜ ଓ ବୃଦ୍ଧପ୍ରପିତାମହ କୃଷ୍ଣ ଭଞ୍ଜ । ପୁତ୍ରଙ୍କ ନାମ ଚକ୍ରଧର ଭଞ୍ଜ ।

ଗ୍ରନ୍ଥ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ