ପୂର୍ବେ ଯେ ଦିବାନିଶି ସାତଦିନ ବରଷି

Want create site? Find Free WordPress Themes and plugins.

ପୂର୍ବେ ଯେ ଦିବାନିଶି
ସାତଦିନ ବରଷି
ପ୍ରଭୁଙ୍କ ତୁଲେ ବାଦ କଲୁ ।
ବାର ଯୋଜନ ଗିରି
ବାମ କରେଣ ଧରି
ହାରିଣ ଶରଣ ପଶିଲୁ ।
ବାସବ ହେ ।
ସେ ରୋଷେ ଭାଙ୍ଗୁ ଆମ୍ଭ ଘର ।
ୟେଡ଼େ ନ ଜାଣୁ ବାଇ
ସଙ୍ଗେ ନପାରୁ ରହି
ଜଣାଇଲେ ପ୍ରଭୁଙ୍କ ଛାମୁର । ୧ ।

ଗୁରୁ ପଞ୍ଚମୀ ବ୍ରତ
କରି ଯେ ଥିଲୁ ସତ୍ୟ
କରି ତା ପାଳି ନ ପାରିଲୁ ।
ଲକ୍ଷ୍ମୀଙ୍କ କୋପଭର
ଡରେଣ ଥରହର
ଜାଣୁ ତ ଯେମନ୍ତ ହୋଇଲୁ । ୨ ।

ରାବଣ ପୁଅ ମେଘା
ଜିଣିଲା ତୋତେ କ୍ଷପା
ତେଣୁ ତା ନାମ ଇନ୍ଦ୍ରଜିତ ।
ତୋହର ପାଇଁ ହରି
ବେଗେ ତାହାନ୍ତ ମାରି
ସେ ଗୁଣ କରିଛୁ ଆମ୍ଭନ୍ତୁ । ୩ ।

ପାରିଜାତେକ ଆଣୁ
ମୁଣ୍ଡ ତୋ ହାଣୁ ହାଣୁ
ସେ ବେଳେ ରଖିଲେ ତୋ ପ୍ରାଣ ।
(ପୋଥିରେ ଅକ୍ଷର ସ୍ପଷ୍ଟ ନାହିଁ) । ୪ ।

ବେଳେକ ହେ ସହିବା
ପ୍ରଭୁଙ୍କୁ ନ କହିବା
ତୁହି ତ ସ୍ୱର୍ଗ ଇନ୍ଦ୍ର ଗୋଟା ।
ଭଣେ ବଳରାମ ଦାସ
ତୋଳାଇବା ନୂଆ ଉଆସ
ମୁଁ ଶ୍ରୀ ଜଗନ୍ନାଥଙ୍କର ବେଟା । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ