ପରମାନନ୍ଦ ଗୋସାଇଁ

Want create site? Find Free WordPress Themes and plugins.

ପରମାନନ୍ଦ ଗୋସାଇଁ ।
ପ୍ରମାଣ କରୁଛି ମୁହିଁ ।
ଅଛ ସର୍ବଘଟେ ପୂରି ପୂର୍ଣ୍ଣବ୍ରହ୍ମ ରୂପ ହୋଇ । ଘୋଷା ।

ପରମାଦେ ପଡ଼ି ମୋତେ କିଛି ବୁଦ୍ଧି ଦିଶୁନାହିଁ ।
ପ୍ରାଣନାଥ ଥାଉଁ ଥାଉଁ ଅନାଥ ହେଉଛି ମୁହିଁ ।

ପରମ ପାତକୀ ଶ୍ରେଣୀମାନଙ୍କରେ ଶ୍ରେଷ୍ଠ ମୁହିଁ ।
ପ୍ରାଣ କରୁଛି ଅର୍ପଣ ନ ଜାଣ କି ଭାବଗ୍ରାହୀ ।

ପାରାବାର କୃପାରେ ମୁ ଭରସା ରଖିଛି ନେଇ ।
ପାରିକର ଆଶାନାବ ଦକ୍ଷିଣ ମରୁତ ହୋଇ ।

ପୂର୍ବରୁ ଶୁଣିଛି କେତେ ପାପୀମାନେ ମୁକ୍ତ ହୋଇ ।
ନ ଶୁଣୁଛ ମୋ ଆରତ ମୂଢ଼ ନୀଳକଣ୍ଠ ଧ୍ୟାଇ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ