ନିଳାଞ୍ଚଳେ କେଉଠାରେ ପୁଣ

Want create site? Find Free WordPress Themes and plugins.

ନିଳାଞ୍ଚଳେ କେଉଠାରେ ପୁଣ
କାଳିଆ ଭୂଆକୁ ଦେଖିଚ କି କେ ।
ମୁହଟା କାଳିୟା ପେଟୁ ଟା ନାଳୀୟା
ଚକା ଚକା ହୋଇ ଚକ୍ଷୁଟା ଗୋ ସେ । ଘୋଷା ।

ଦୁତୀୟା ଚନ୍ଦ୍ର ପ୍ରାଏ ଦିସେ ବଦନ
ବଡ ଖୋରାକିଆ ଅଟନ୍ତି ଗୋ ସେ ।
ଲଖେ ଭରଣ ଚାଉଳ ଭାତ ଖାଈ
ପୋଖରୀଏ ପାଣି ପିଅନ୍ତି ସୋସେ । ୧ ।

ତ୍ରିମଣ୍ଡି ଚୁଳ କର୍ଣ୍ଣେ କୁଣ୍ଡଳ ଗଳେ
ବ୍ରାଘ ନଖ ଡୁଳୁଂଥାଇ ସେ ।
ହୃଦରେ ପଦକ କରଡୀଆ ମାଳ
ଅଧରେ ଦ୍ରହାସ ବିକସରେ ସେ । ୨ ।

ଶ୍ରୀବଛର ପାଦ ହୃଦକୁ ଲାଂଛନ
କଉସ୍ତୁଭମଣି ଅଳକା ବେସେ ।
ଅଳକା ଲଗାଈ ଯଳକା ପରାଈ
ବାଙ୍କେ ବାଙ୍କେ କରି ଚାହାନ୍ତି ଗୋ ସେ । ୩ ।

ସ୍ଥାବର ଯଙ୍ଗମ କୀଟ ପତଙ୍ଗରେ
ସବୁଠାରେ ଲାଗି ବିଲୋଗେ ଦିସେ ।
କହିଲା ନିକର ହାଡୀୟା କମାର
ଅବଧୁତ ବାନା ଅଧମ ଆସେ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ