ନିଦ କେଣେ ଦେଲୁ ଭାଙ୍ଗିରେ

Want create site? Find Free WordPress Themes and plugins.

ନିଦ କେଣେ ଦେଲୁ ଭାଙ୍ଗିରେ
ସ୍ୱପ୍ନ ଦେଖୁଥିଲି ଭଙ୍ଗିରେ । ପଦ ।

ଭେଟିଲାକ୍ଷଣିରେ ଯାହା ବିଲୋକିଲି
ଆହା ସେ ସଞ୍ଜର ଫଙ୍ଗୀରେ
ଭବ ପରାଭବି ଛବିର ଗରବ
ଲବକରେ ଯିବ ଭାଙ୍ଗିରେ । ୧ ।

ସୌଭାଗ୍ୟ ପୌର୍ଣ୍ଣମୀ ନୂଆ ବାସ ଭୂଷା
ମୁହିଁ ହୋଇ ପୁଣି ଲାଗିରେ
ଗୋଷ୍ଠ ଚନ୍ଦ୍ରମାଙ୍କୁ ନିକୁଞ୍ଜ ଶେଯରେ
ହେଉଥିଲି ଯା ଓଳଗିରେ । ୨ ।

ହସି ନେଲେ ଆସି ତଳପରେ ବସି
ଲକ୍ଷମୂଳରେ ବରାଙ୍ଗିରେ
ନକ୍ଷତ୍ର ମାଳା ବକ୍ଷରୁ ଦେଇ ମୋତେ
କରୁଥିଲେ ସେ ଉତ୍ସଙ୍ଗୀରେ । ୩ ।

ପରସିବା ବିଧି ସେ ଦିନ ବୋଲି ମୁଁ
ଭାଳି ହେଉ ଉଦ ବେଗିରେ
ହେଜି ଦିବ୍ୟ ଭୋଜ୍ୟ ସଂମ୍ପାଦି ଲଳିତା
ତେଣେ ରହିଥିଲେ ଯଗିରେ । ୪ ।

ମାନ ଦିନଯାକ ମୁହିଁ
ହୋଇଥିଲି ବିପ୍ର ଯୋଗୀରେ
ଦୟାଳୁ କଞ୍ଜସମ୍ଭବ ସଂବେଶରେ
କରାଇଥିଲା ସଂଯୋଗୀରେ । ୫ ।

ଗୋପାଳକୃଷ୍ଣ କହଇ ସାବଧାନ
ହୁଅ ଚାରୁ ଚଳାପାଙ୍ଗିରେ
ଘନ ତମସୀରେ ତଳେ
ଦେଖୁଛନ୍ତି ଚଳ ବେଗିରେ । ୬ ।


ଆପନ୍ନା ପାଣିଗ୍ରାହୀ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ