ନାହିଁ କି ମନେ ତୋର

Want create site? Find Free WordPress Themes and plugins.

ନାହିଁ କି ମନେ ତୋର ଶ୍ୟାମ ନାଗର ରୀତି
କାହିଁକି ବୋଲୁଥାଉ ନାଆଁରେ । ପଦ ।

ବିଟରାଟ ସୁମନ
ଲିଟ ପରି ତା ମନ
ପ୍ରୀତି ଲୋଡ଼ଇ ନୂଆ ନୂଆରେ । ୧ ।

ହେଉ ପଛକେ ନିନ୍ଦା
ପ୍ରୀତି ପତାକା ବନ୍ଧା
ନ ଯିବି ସଜନି ତୁ ଯାଆରେ । ୨ ।

ଗୋପ ନଗରେ ଯେତେ
ମୋ ପରି ଛନ୍ତି କେତେ
ମହୀପଲଙ୍କ ପରେ ଶୁଆ ରେ । ୩ ।

ମୋତେ କଟୁ ତୋ କଥା
ତୋତେ କହୁଛି ନ ଥା
ନ ଥାନ୍ତୁ ଆଉ ଶାରୀ ଶୁଆ ରେ । ୪ ।

କହେ ମାନ ରାଧିକା
କାହ୍ନୁ ହୋଇଛି ଏକା
କୁଞ୍ଜଭବନକୁ ଯାଆରେ । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ