ମୋରେ ଏହି ଅନୁଗ୍ରହ କର

Want create site? Find Free WordPress Themes and plugins.

ମୋରେ ଏହି ଅନୁଗ୍ରହ କର ।
ହେ ରାଧାବର । ପଦ ।

ଅନେକ ଜଞ୍ଚମରୁ ମୁହିଁ ।
ସତ୍ସଙ୍ଗ ତ କରି ନାହିଁ ।
ବିଷୟା ବିଷକୁ ପିଇ ।
ଦେଇଛି ହେ ଭାବଗ୍ରାହୀ ।
କିପରିରେ ହେବିଟି ଉଦ୍ଧାର ହେ । ୧ ।

ଆନ ଉପାସନା ବାର ।
ଛାଡ଼ି କେବଳ ତୁମ୍ଭର ।
ଚରଣ କଞ୍ଜେ କିଙ୍କର ।
ପଣେ ଦିନ ଯାଉ ମୋର ।
ଏହି ବାଞ୍ଛା ଏକା ହେଉ ସାର ହେ । ୨ ।

ଏକାନ୍ତରେ ବସି ଭକ୍ତି ।
କରୁଥିବି ବହି ପ୍ରୀତି ।
ଶୁଦ୍ଧ ଭାବନାରେ ଶାନ୍ତି ।
ହେଉଥିବ ସଦା ମତି ।
କାମନା ହୃଦରୁ କରି ଦୂର ହେ । ୩ ।

ବ୍ରଜେ ବ୍ରଜେନ୍ଦ୍ର କୁମର ।
ବିନାଚିତ୍ତେ ସ୍ମରିବାର ।
ନୋହୁ ଜନ୍ମ ଜନ୍ମାନ୍ତର ।
ଦେବ ମାତ୍ର ଏହି ବର ।
ମାଗୁ ଅଛି ହେବ ଅଙ୍ଗୀକାର ହେ । ୪ ।

ଅନିତ୍ୟ ତ ଏ ଶରୀର ।
ଅଟେ କିପରି ତୁମ୍ଭର ।
ନାମକୁ ମୁଖେ ଉଚ୍ଚାର ।
କରି ହୋଇ ଯିବି ପାର ।
ଗୌରହରି କହେ ଯୋଡ଼ି କର ହେ । ୫ ।


ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ