ଏହି ପ୍ରକଳ୍ପ ବିଷୟରେ

Want create site? Find Free WordPress Themes and plugins.

ପୁରାତନ ଓଡ଼ିଆ ସାହିତ୍ୟ ସମ୍ଭାରକୁ ଗୋଟିଏ ସ୍ଥାନରେ ସଭିଙ୍କ ପାଇଁ ଉପଲବ୍ଧ କରାଇବା ଏହି ସାଇଟର ଲକ୍ଷ୍ୟ । ଆଜିର ଯୁଗରେ ବିରଳ ପ୍ରାଚୀନ ଲେଖାସବୁ ପାଇବା କଷ୍ଟସାଧ୍ୟ ହୋଇଗଲାଣି । ଅନେକ ବହି ଖୋଜିଲେ ମଧ୍ୟ ମିଳୁନାହିଁ । ଏହି ସମସ୍ୟା ପୂର୍ତ୍ତି ଉଦ୍ଦେଶ୍ୟରେ ପୋଥି ପ୍ରକଳ୍ପ । ପୁରୁଣା ଲେଖାସବୁ ଗୋଟିଏ ସ୍ଥାନରେ ରହିଲେ ଓ ଖୋଜିହେଲେ ଯେ ଅନେକ ଲୋକ ଏହା ଅକ୍ଳେଶରେ ପାଇପାରିବେ ଓ ସଙ୍ଗେ ସଙ୍ଗେ ବିରଳ ଲେଖାଗୁଡ଼ିକ ଲୁପ୍ତ ହେବା ଭୟ ରହିବ ନାହିଁ ଏହା ସହଜରେ ଅନୁମେୟ ।

ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରକଳ୍ପ ମୁଖ୍ୟତଃ ପ୍ରାଚୀନ ଗୀତିସାହିତ୍ୟ ଲାଗି ହିଁ ଉଦ୍ଦିଷ୍ଟ । ଏଣୁ ରହିଥିବା ଲେଖାସବୁ ରାଗତାଳ ଆଦି ଜିନିଷ ଅନୁସାରେ ଛଣାଯାଇପାରିବ, ଅଧିକାଂଶ ଲେଖାର ରେକର୍ଡ଼ିଂ ରହିଛି ଓ ପ୍ରତିଟି ଜିନିଷ ସଙ୍ଗୀତ ଦୃଷ୍ଟିରୁ କରାହୋଇଛି । ସଙ୍ଗୀତ-ସାହିତ୍ୟ ଦୃଷ୍ଟିରୁ ଦେଖିଲେ ଏହାର ଅଧିକରୁ ଅଧିକ ଉପଯୋଗ କରିବାରେ ସକ୍ଷମ ହେବେ ।

ଏହି ସାଇଟ ପ୍ରତୀକ ପଟ୍ଟନାୟକଙ୍କ ମନୋପ୍ରସୂତ, ଏବଂ ତାଙ୍କରି ଦ୍ୱାରା ନିର୍ମିତ ଓ ପରିଚାଳିତ । କୌଣସି ଅସୁବିଧା ଥିଲେ pattaprateek@gmail.com ମାଧ୍ୟମରେ ସମ୍ପର୍କ କରିପାରିବେ ।
କୃତଜ୍ଞତା ପୃଷ୍ଠା

Did you find apk for android? You can find new Free Android Games and apps.