ମୋର ହୁଁ ଗୋ

Want create site? Find Free WordPress Themes and plugins.

ଧାନ କୁଟିଦିଅ ଘରେ ଗୋ ।
ମୋର ହୁଁ ଗୋ ।

କର୍ମଙ୍ଗା ଗଛର ଛାଇ ଗୋ ।
ମୋର ହୁଁ ଗୋ ।
କରମ ଯାହାର ସୁଫଳ ହୋଇବ
କୃଷ୍ଣଙ୍କୁ ଲଭିବ ସେହି ଗୋ ।

ଗଞ୍ଜେଇ ଗଛର ଛାଇ ଗୋ ।
ମୋର ହୁଁ ଗୋ ।
ବେଣୁ ବିନୋଦିଆ ଯେଣେ ଯାଉଥାଇ
ତେଣେ ହୁରି ପଡ଼ୁଥାଇ ଗୋ ।


କବି ଅଭିମନ୍ୟୁ ମାତ୍ର ନଅ ବର୍ଷ ବୟସରେ ଏହି ଗୀତଟି ରଚନା କରିଥିଲେ ବୋଲି ଜନଶ୍ରୁତି ରହିଛି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ