ମୋ କରମ ବଡ଼ କୋଢ଼ା ଲୋ

Want create site? Find Free WordPress Themes and plugins.

ପ୍ରିୟସଜନୀ ପ୍ରିୟମିତଣୀ ଲୋ
ସଖି ମୋ କରମ ବଡ଼ କୋଢ଼ା ଲୋ ।
ଆଖୁ ଖଣ୍ଡେ ବୋଲି ବସି ଚାଖୁଥିଲି
ଦେଖିଲି ଖାରିଆ ଖଡ଼ା ଲୋ । ପଦ ।

ଶୁକ ପକ୍ଷୀ ବୋଲି ଯତନେ ପାଳିଲି
ସେ ହେଲା ବଣକୁକୁଡ଼ା ଲୋ । ୧ ।

ବିଷ୍ଣୁ ବୃକ୍ଷ ବୋଲି ଜଳ ଦେଉଥିଲି
ସେ ହେଲା ନିପଟ ଜଡ଼ା ଲୋ । ୨ ।

ଶାଳଗ୍ରାମ ବୋଲି ପୂଜା କରୁଥିଲି
ସେ ହେଲା ବାଲି ବରଡ଼ା ଲୋ । ୩ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ