ମିତ ଆମ୍ଭ ଶ୍ୟାମବନ୍ଧୁ

Want create site? Find Free WordPress Themes and plugins.

(ଆଗୋ) ମିତ ଆମ୍ଭ ଶ୍ୟାମବନ୍ଧୁ ଚାଲି କି ରସେ ଗୋ । ଘୋଷା ।

ଅଖଣ୍ଡ ଶୋଭା ମଞ୍ଜୁଳ
ଶିଖଣ୍ଡ ମଣ୍ଡନ ଚୂଳ
କି ଖଣ୍ଡ ଜନନେତ୍ରକୁ ପରଶେ ଗୋ ।

ଲାଭ ହେଉ ନୋହୁ ଅବା
ଅବସର ପୁହାଇବା
ତା ପଦତଳ ଚୁମ୍ବିବା ତରସେ ଗୋ ।

କହଇ କବି ତପନ
ଧ୍ୟାଉଥିଲେ ତା ଲପନ
ସ୍ୱର୍ଗସୁଖେ ତ ମୋ ମନ ନ ରସେ ଗୋ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ