ମଣିବେଦ୍ରି ପରେ ହରି

Want create site? Find Free WordPress Themes and plugins.

ମଣିବେଦ୍ରି ପରେ ହରି
ଜ୍ୟୋତିରାନନ୍ଦ ମୂରତିକୁ ଧରି ।
ସଜନୀ ଗୋ ।
ଆନନ୍ଦେ ବାଏ ବାଂଶରୀ । ୧ ।

ରାଧାକୃଷ୍ଣ ନିତ୍ୟସ୍ଥଳ
ଜ୍ୟୋତିପରେ ଜ୍ୟୋତି ହୋଇଛି ମେଳ ।
ସଜନୀ ଗୋ ।
ଯେସନେ ବାଳ ମିହିର । ୨ ।

ଅଷ୍ଟସଖୀ ସେଠାବରେ
ସେବା କରୁଥାନ୍ତି ପ୍ରଭୁକ ଠାରେ ।
ସଜନୀ ଗୋ ।
ଦେଖନ୍ତି ନେତ୍ର ପଥରେ । ୩ ।

ରାଧାକୃଷ୍ଣ ଭିନ୍ନାଭିନ୍ନ
ମଣି ବେଦ୍ରିକାରେ ନାହିଁ ସେ ଚିହ୍ନ ।
ସଜନୀ ଗୋ ।
ବେନି ତନୁ ଏକ ବର୍ଣ୍ଣ । ୪ ।

ଚଉଷଠି ସସ୍ର ଗୋପୀ
ମଣିବେଦ୍ରି ପରେ ଜ୍ୟୋତି ମୂରତି ।
ସଜନୀ ଗୋ ।
ଛାଡ଼ିଲେ ସକଳ ଭ୍ରାନ୍ତି । ୫ ।

ଦେଖି ତାଙ୍କୁ ଗୋପବାଳୀ
ଆନନ୍ଦେ ଦିଅନ୍ତି ସେ ହୁଳହୁଳି ।
ସଜନୀ ଗୋ
ଯେସନେ ସିନ୍ଧୁ ଉଚ୍ଛୁଳି । ୬ ।

ବକୁଳ ମୂଳରେ ରହି
ପଞ୍ଚସଖାମାନେ ଦେଖିଲୁ ଧ୍ୟାୟି ।
ସଜନୀ ଗୋ ।
ଦୁଃଖ ଗଲା ପାର ହୋଇ । ୭ ।

ସଜନୀଙ୍କ ସଙ୍ଗେ ଥିଲି
ଅଜ୍ଞାନ ତିମିର ମୋର ଜାଣିଲି ।
ସଜନୀ ଗୋ ।
ପ୍ରେମ ଭକତି ପାଇଲି । ୮ ।

ଅଣାକାର ଚିତ୍ର ଏହି
ତ୍ରୟ ବିନ୍ଦୁ ପରେ ସେ ଭାବଗ୍ରାହୀ ।
ସଜନୀ ଗୋ ।
ଦାସ ଜଗନ୍ନାଥ କହି । ୯ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ