ମାଗୋ ରଙ୍ଗ ଶସ୍ର ରଙ୍ଗ ବସ୍ର

Want create site? Find Free WordPress Themes and plugins.

ମାଗୋ ।
ରଙ୍ଗ ଶସ୍ର ରଙ୍ଗ ବସ୍ର
ରଙ୍ଗ ତୋ ଅଧର ନେତ୍ର
ନଖ ରଙ୍ଗ ମୁଖ ତୋର
ଲଲାଟେ ରାଗ ସିନ୍ଦୂର
କରେ ରଙ୍ଗଚୂଡ଼ି ଗୋ ମା
ଅଳତା ରଙ୍ଗ ତୋ ପାୟେ ।

ମାଗୋ ।
ରଙ୍ଗ ପାଟବରତ ତୋ ବାହେ ।

ମାଗୋ ।
ରଙ୍ଗ ତୋ ପଦ୍ମ ଆସନ
ରଙ୍ଗ ତୋ ପୀତବସନ
ରଙ୍ଗ ତୋ କାନ୍ଧେ ପଇତା
ରଙ୍ଗ ତୋ ଲଲାଟେ ଚିତା ।

ମାଗୋ ।
ରଙ୍ଗ ଅଗ୍ନିରୁ ତୁ ଜାତ ହୋୟେ
ରଙ୍ଗେ ତୁସ୍ତି କଲେ ଦେବତାୟେ
ରଙ୍ଗେ ଶିବର ହୋଇଲୁ ଘରଣୀ
ରଙ୍ଗେ ମୈଷାସୁର ମର୍ଦ୍ଦିନୀ ।

କାଳ ତକରାଳି
କାଳୀ କରାଳି
ରଣ ବେତାଳି
ରୁଧିର ପିବନ୍ତେ ତୋଷ ।
ଭଣେ ବଳରାମ ଦାସ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ