ଲାଜରେ ସରିଗଲି ଆଜ

Want create site? Find Free WordPress Themes and plugins.

ଲାଜରେ ସରିଗଲି ଆଜ । ସଜନି ଗୋ ।
ବଳେ କୋଳେ ବସାଇଲେ ସେ ମୋହନ ରାଜ । ପଦ ।

ବଜାଇ ମୁରଲୀ ସ୍ୱନ ହରିନେଲେ ମୋ ଚେତନ
ନ ରହି ସଦନେ ମନ ହେଲା ବେଗେ ସଜ । ୧ ।

ଶୁଣି ତା ମୃଦୁ ବଚନ କେ କରି ପାରିବ ଆନ
କେତେ ଛନ୍ଦ କଲି ବୋଲି ବରତିଲି ଆଜ । ୨ ।

ଯିବାରୁ କୁଞ୍ଜ ନିଳୟ ନ ରହିଲା ମୋର ଭୟ
ଜାଣି ନ ଜାଣି ହୋଇ ଧଇଲେ କରକଞ୍ଜ । ୩ ।

ଶୁଣି ଦୂତୀ କହେ ଭାଷା ପୁଣି ଏ କି ଲୋକହସା
ଏ ରସରେ ଭାବି କହେ କବି ଦ୍ୱିଜରାଜ । ୪ ।


ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଶ୍ୟାମାମଣି ଦେବୀ ଓ ଗୁରୁ ରାମହରି ଦାଶ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ