କୁଞ୍ଜବିହାର | ପ୍ରଥମ ଛାନ୍ଦ

Want create site? Find Free WordPress Themes and plugins.

ଜୟ ଜୟ ଜଗନ୍ନାଥ ହେ ଅନାଥନାଥ
ନୀଳଗିରି ସୁନ୍ଦର ।
ତନୁ ଘନସାର ଶୋହେ ଘନସାର
ଦରନାଶନ ଦରଧର ।
ମହାପ୍ରଭୁ ହେ ।
ପଦ୍ମା ପଦ୍ମମୁଖ ଭ୍ରମର ।
ହର ମନୋହର ପର ବିଷହର
– – ଦର୍ପହର । ୧ ।

କରୁଣା କମଳନିଧି ହେ କମଳ
ଇନ୍ଦ୍ରମଣି ନେତ୍ର କମଳ ।
ବଦନ କମଳ ଲାଞ୍ଛନ କମଳ
ଆସନ ବଞ୍ଚିତ ଗୋପାଳ ।
ମହାପ୍ରଭୁ ହେ ।
ବିବୁଧ ପ୍ରଭୁ ଦଇତାରି ।
ଗୋଲୋକ ଗୋକୁଳ କୁଳ ରକ୍ଷାକର
କରକ ରଦନ ଶ୍ରୀହରି । ୨ ।

କରିବି କୁଞ୍ଜବିହାର ନାମେ ଗୀତ
ହେବ ସୁଧାରସ ପୂରିତ ।
କହିବି ରାଧାମାଧବ ସୁଧାକେଳି
ସୁଜନେ ଶୁଣ ଏଥୁ ଅନ୍ତ ।
ଗୋପନଗରେ ।
ନନ୍ଦ ନାମେଣ ବ୍ରଜବର ।
ତାହାର ପୁରେ ବିଜୟେ ଦେବରାଜ
ମୁଖ ବିରାଜେ ଶଶଧର । ୩ ।

ବୃନ୍ଦା ବିପିନେ ଘନବର ବରନ
ଗୋବତ୍ସା ରଖି ପ୍ରତିଦିନ ।
କାଳିନ୍ଦୀ କୂଳରେ କଦମ୍ବ ମୂଳରେ
କରୁ ଯେ ଥାନ୍ତି ବେଣୁସ୍ୱନ ।
ବନ ମହିମା ।
ଶେଷ ନ ପାରେ କରି ଶେଷ ।
ଯହିଁରେ ସର୍ବଦା ବସନ୍ତ ବହଇ
ତହିଁ ବିଜୟେ ପୀତବାସ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ