କେ ପଥ ବଣା କଲାରେ

Want create site? Find Free WordPress Themes and plugins.

କେ ପଥ ବଣା କଲାରେ
ବ୍ରଜ ବିଧୁକୁ । ପଦ ।

ସହି କେଉଁ ରମଣୀ
ମୋ ପ୍ରୀତି ଚିନ୍ତାମଣି
ପାଇ ରଖି ଘେନିଲାରେ । ୧ ।

କେତେ ସରସେ ସଜ
ସାଜିଥିଲି ମୁଁ ଆଜ
ମୋ ଆଶା ଛିନ୍ନାଇଲାରେ । ୨ ।

ମୋତେ ସ୍ମର ବହ୍ନିରେ
ଜଳାଇ ସେ ଅଙ୍କରେ
ଧରି ନିଶି ବଞ୍ଚିଲାରେ । ୩ ।

ଜଗି ଥିଲା କୋଠାରେ
କି କହି ସେ ମୋ ନାରେ
ମାନସ ଭଙ୍ଗାଇଲାରେ । ୪ ।

ଗୋପାଳକୃଷ୍ଣ ଭାଷେ
ହେଟି ବିଜେ କଲେ ସେ
ବୋଲି ଭୂରୁ ଚାଳିଲାରେ । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ