କଂସମାରୁଣି

Want create site? Find Free WordPress Themes and plugins.

କଂସବଧ ଚରିତ ।

ଶୁଣ ସଖୀ ବିପରୀତ ଗୋ
ଆସିଅଛି ଅକ୍ରୂର ।
ରାମକୃଷ୍ଣ ବେନି ଭାଇଙ୍କି
ନେବ କଂସ ଛାମୁର ।
ନନ୍ଦ ଯଶୋବନ୍ତୀ ସହିତେ
ଅନ୍ଧ କରି ବସାଇ ।
ଦୂତୀ ସହଚରୀ ରାଧାକୁ
ଶୋକଜଳେ ଭସାଇ ।
ଆମ୍ଭେମାନେ କି କରିବା ଗୋ
କୃଷ୍ଣ ଆମ୍ଭଜୀବନ ।
ନନ୍ଦ ଯଶୋଦାଙ୍କ ବାଳେକ
ଗୋପୀମାନଙ୍କ ଧନ ।
ଶିରେ କର ଯୋଡ଼ି ଡାକଇ
ଛିମା କର ମୋ ଦୋଷ ।
ଛାର ଅଳନ୍ଧୁଆ ଭଣଇ
ମୋର ନ ଧର ଦୋଷ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ