କଳାବତୀ ଖଞ୍ଜନାକ୍ଷି

Want create site? Find Free WordPress Themes and plugins.

ଳାବତୀ ଞ୍ଜନାକ୍ଷି ଗୁରୁନିତମ୍ବିନୀ ।
ନକେଶୀ ରୁଶୋଭୀ ମ୍ପକବରନୀ ।
ଛାନ୍ଦପଠିନୀ ରେ । ୧ ।

ଳଜବାସିନୀ ଝୀନବସନୀ ବୀନା ।
ଟେକସ୍ତନା ଣମୁଖୀ ଡାଳିମ୍ବଦଶନା ।
ଗବଚନା ରେ । ୨ ।

ରୁଣାଧରୀ ରୁଣୀମଣି ଥିରଗତି ।
ରହାସୀ ଧୀରାହୀରା ବରସବତୀ ।
ପ୍ରୀତି ମୂରତିରେ । ୩ ।

ଫୁଲକୋମଳା ବିବିଧବିଳାସମଣ୍ଡନା ।
ଭାବମୟୀ ମୋତିଦନ୍ତୀ ତିଧୈର୍ଯ୍ୟଘେନା ।
ସବର୍ଦ୍ଧନାରେ । ୪ ।

ଲାବଣ୍ୟନିଧି ବିଚିତ୍ରବେଶମନୋହରା ।
ଚୀପତିଶିରୀଦାୟୀ ସ୍ମରଦର୍ପହରା ।
ସିଦ୍ଧିପସରାରେ । ୫ ।

ହାସମଞ୍ଜୁଳା ହୃଦୟାତାପଧ୍ୱଂସକରା ।
କ୍ଷଣଦାକାନ୍ତି ତୁ ବନମାଳୀ ଦିନସ୍ମରା ।
କ୍ଷମାନିଧାନୀ ରେ । ୬ ।


ଏହା ଓଡ଼ିଆ ଭାଷାରେ ରଚିତ ସବୁଠୁ ଛୋଟ ଚଉତିଶା । କବି ବନମାଳୀଙ୍କ ରଚିତ ମାତ୍ର ଗୋଟିଏ ଚଉତିଶା ମିଳିଅଛି- ଏହା ସେହି ଚଉତିଶା । ସାଧାରଣ ଭାବେ ଚଉତିଶା ରଚନାରେ ପ୍ରତ୍ୟେକ ପାଦର ପ୍ରଥମ ଅକ୍ଷର ବର୍ଣ୍ଣମାଳା କ୍ରମରେ ଥାଏ, କିନ୍ତୁ ଏହି ଚଉତିଶାରେ ଶବ୍ଦଗୁଡ଼ିକର ପ୍ରଥମ ବର୍ଣ୍ଣ କ୍ରମରେ ରହିଛି । ଏହି ଦୃଷ୍ଟିରୁ ଏହି ଗୀତଟି ବିଶେଷ ସ୍ଥାନର ଅଧିକାରୀ ।

ଭିକାରୀ ବଳ ଏହି ଗୀତଟିକୁ ଗାଇଛନ୍ତି । ଉପଲବ୍ଧ ରେକର୍ଡ଼ିଂରେ ‘ଚାରୁନିତମ୍ବିନୀ’ ଓ ‘ଭୂରୁଶୋଭା’ ବୋଲି କୁହାଯାଇଛି । ଏହା ଅର୍ଥ ଦୃଷ୍ଟିରୁ ଅସଙ୍ଗତ ନ ହୋଇଥିଲେହେଁ ଗୀତରେ ସର୍ବତ୍ର ଚଉତିଶା ନିୟମ ପାଳିତ ହୋଇଥିବାରୁ ଉପରେ ଦିଆଯାଇଥିବା ପାଠ ଅଧିକ ସମୀଚୀନ ମନେ କରାଯାଉଛି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ