କାହିଁକିରେ ବାଇମନ

Want create site? Find Free WordPress Themes and plugins.

କାହିଁକିରେ ବାଇମନ
ଭଙ୍ଗା ନାବ ପରେ ବସୁ ।
ପୀୟୂଷ ରସକୁ ଛାଡ଼ି
ବିଷୟା ରସରେ ରସୁ । ପଦ ।

ଚିନ୍ତାମଣି ନାମରେ କାତ
ଧରହୋ ମନ ତୁରିତ
ଶ୍ରୀଗୁରୁ ପାଦ ଅହୁଲା
କ୍ଷଣେ ତୁ ନ ଛାଡ଼ୁ ପାଶୁ । ୧ ।

କାମ କ୍ରୋଧ ଲୋଭ ତିନି
ଲହରୀକି ସଙ୍ଗେ ଘେନି
ପାପ ବତାସରେ ପୁଣି
ଆପଣା ତନୁକୁ ନାଶୁ । ୨ ।

ଦେଖ ଏ ମାୟା ସଂସାର
ଏଥି ନାହିଁ ଥଳକୂଳ
ଝାମ୍ପେ କାଳ ମହାବଳୀ
ନଚେତି ଏଥି କି ରସୁ । ୩ ।

ବୟସ ଗଲାଣି ତୋର
ନଭଜୁ ଗୁରୁପୟର
ନିଶ୍ଚେ ହେବୁ ନାରଖାର
କହନ୍ତି ଅନନ୍ତ ଶିଶୁ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ