କହ କି କରିବି

Want create site? Find Free WordPress Themes and plugins.

କହ କି କରିବି ।
ବୁଦ୍ଧି ଦିଶୁନାହିଁ ଗୋ ।
ପ୍ରିୟସହି । ପଦ ।

ନାହିଁତ ମୋଠାରୁ ଦୁଃଖୀ
କେଉଁ ଦୋଷ ମୋର ଦେଖି ।
ରହିଲେ ବନ୍ଧୁ ଉପେକ୍ଷି
ମନ କେ ମୋହିଲା ସଖୀ ।
ତା ପୀରତି ଫାନ୍ଦରେ ପକାଇ ଗୋ ।
ପ୍ରିୟସହି । ୧ ।

ସଜାଇ କୁସୁମ ଶେଯ
ସିଞ୍ଚି ତହିଁ ବିଧୁରଜ ।
କୁଞ୍ଚି ଝୀନବାସ ଆଜ
ବଞ୍ଚିଲି ବରଜି ଲାଜ ।
ମୁଞ୍ଚି ମୋତେ ଘୁଞ୍ଚିଲେ କିମ୍ପାଇଁ ଗୋ ।
ପ୍ରିୟସହି । ୨ ।

ଆସିବେ ବୋଲି ନାଗର
ମଣ୍ଡିଥିଲି କେଳିପୁର ।
ଜାଳି ବସିଲି ଜାଗର
ନିଶି ହୋଇ ଉଜାଗର ।
ଶୋକଜଳେ ଦେଲେଟି ଭସାଇ ଗୋ ।
ପ୍ରିୟସହି । ୩ ।

କାଲି ତା ପ୍ରୀତିରେ ଆଶା
ଲଭିଲି ମୁଁ ଏତେ ଦଶା ।
ନୟନ ନ ହେଲା କଷା
ହେଲି ଯା ଭଗାରିହସା ।
ରସାପରେ ଅକୀର୍ତ୍ତି ବସାଇ ଗୋ ।
ପ୍ରିୟସହି । ୪ ।

ଶ୍ରୀମତୀ ବିନୟ ଶୁଣି
ଦୂତୀ ଭାଷେ ପ୍ରୀତିବାଣୀ ।
ତେଜ ବିମନ ରମଣୀ
ଉପଇନ୍ଦ୍ର ଭଞ୍ଜ ଭଣି ।
ଭେଟାଇବି ସନ୍ତାପ ତୁଟାଇ ଗୋ ।
ପ୍ରିୟସହି । ୫ ।


ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ