ଉପେନ୍ଦ୍ର ଭଞ୍ଜ

Want create site? Find Free WordPress Themes and plugins.

ଘୁମୁସରର ଭଞ୍ଜ ରାଜବଂଶରେ ଜନ୍ମିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରୀତିଯୁଗର ପ୍ରମୁଖ କବି । ସ୍ୱଳ୍ପ ଆୟୁରେ ସେ ପାଖାପାଖି ୫୨ ଗୋଟି କାବ୍ୟଗ୍ରନ୍ଥ ପ୍ରଣୟନ କରିଥିଲେ । ବିଷୟବସ୍ତୁ ରାମାୟଣ ବା କୃଷ୍ଣଲୀଳା ଆଧାରିତ ଅଥବା କାଳ୍ପନିକ ପ୍ରେମ ଆଧାରିତ । ଏହାଙ୍କ ଲେଖାଗୁଡ଼ିକ ଆଳଙ୍କାରତିକ ଓ ଗଭୀରାର୍ଥକ । ଯେତେ ଶବ୍ଦପାଟବ କଳା ଅଛି ସବୁଥିରେ ଭଞ୍ଜକବି ନିଜକୁ ପାରଙ୍ଗମ ବୋଲି ସିଦ୍ଧ କରିଯାଇଛନ୍ତି । ସଙ୍ଗୀତ ଦୃଷ୍ଟିରୁ ଅନେକ ଛନ୍ଦଗୁଡ଼ିକର ସ୍ଥାନୋଚିତ ଓ ସୁନ୍ଦର ପ୍ରୟୋଗ କରିଛନ୍ତି । ଅନେକ ଅପ୍ରଚଳିତ ଶବ୍ଦର ପ୍ରୟୋଗ ଯୋଗୁଁ ସ୍ଥାନେ ସ୍ଥାନେ ବୁଝିବା କଷ୍ଟ । ଏହାଙ୍କ ରଚନା ଅଶ୍ଳୀଳ ବୋଲି କେତେକ ବୁଦ୍ଧିଜୀବୀ ମତ ରଖିଲେହେଁ ସେ କାଳର ଓ ପୂର୍ବବର୍ତ୍ତୀ କବିମାନଙ୍କୁ ଅନୁଧ୍ୟାନ କଲେ ତାଙ୍କୁ ଏପରି ଦୋଷରେ ଦୋଷୀ କରିବା ଠିକ ନୁହେଁ । ପ୍ରକୃତରେ କବି ସମ୍ରାଟ ଉପାଧିଟି ତାଙ୍କର ନିଜ ଲେଖାରେ ନାହିଁ । ଏହି ଉପାଧି କେବେଠୁଁ ଆସିଛି ତାହା ଜାଣିବାର ଉପାୟ ନାହିଁ ହେଲେ ଆଧୁନିକ ବୋଲି ବୋଧ ହୁଏ । ଭଞ୍ଜଙ୍କ ରଚନାଗୁଡ଼ିକରେ ସେ ନିଜକୁ ବୀରବରମଙ୍ଗରାଜ ଭାବରେ ପରିଚିତ କରିଛନ୍ତି ।

କାବ୍ୟ


ରାମାୟଣ



କୃଷ୍ଣଲୀଳା



କାଳ୍ପନିକ



ପୌରାଣିକ



ସ୍ତୁତିମୂଳକ



କାବ୍ୟଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ର



କାମଶାସ୍ତ୍ର



ଜ୍ୟୋତିଷ ଶାସ୍ତ୍ର



ହାସ୍ୟରସାତ୍ମକ


ଚଉତିଶା



ଚଉପଦୀ ସଙ୍କଳନ


ଜଣାଣ


ପୋଇ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ