ଯମୁନା କୂଳେ କାଳିଆ

Want create site? Find Free WordPress Themes and plugins.

ଯମୁନା କୂଳେ କାଳିଆ
କେଡ଼େ ହଟା କଲା ମା ।
ଶଟାବଟା କରି ମୋତେ
ଜଟାଇଣ ନେଲା ମା । ଘୋଷା ।

କଦମ୍ବ ମୂଳରେ ରହି
ବଂଶୀସ୍ଵନ ଥରେ ବାଇ ।
ରାଧେ ରାଧେ ବୋଲି ବଂଶୀ
ନିରତେ ରଟିଲା ମା । ୧ ।

ସେ ନଟନାଗର ବର
ଦିଶୁଥାଇ କି ସୁନ୍ଦର ।
ନାଗରୀମାନଙ୍କ ଚିତ୍ତ
କମ୍ପାଉଣ ଥିଲା ମା । ୨ ।

ହୃଦରେ ସୁରଂଗ ବହି
ବାଙ୍କ ନୟନରେ ଚାହିଁ ।
କି ସୁନ୍ଦର ସେ ନାଟୁଆ
ଚିତ୍ତ ମୋ ମୋହିଲା ମା । ୩ ।

ଗଙ୍ଗାବଂଶରେ ସମ୍ଭବ
ଶ୍ରୀ ଶ୍ରୀ କୃପାମୟ ଦେବ
ଜନ୍ମେ ଜନ୍ମେ କୃଷ୍ଣପାଦେ
ଚିତ୍ତ ମୋ ରହିଲା ମା । ୪ ।


ବାସୁଦେବ ମହାପାତ୍ର ଏହି ଗୀତଟିକୁ ଗାଇଛନ୍ତି । ଶ୍ୟାମାନୁଜ ଦାସ : ଏଇ ଗୀତ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ପ୍ରେରଣା ଦେଇଥିଲା ସଂଗୀତ ଶିକ୍ଷା ପାଇଁ । ମନେ ମନେ ବାସୁଦେବ ମହାପାତ୍ରଙ୍କୁ ଗୁରୁ ମାନି ନେଇଥିଲେ ସେ । ଥରେ ଅକସ୍ମାତ୍ ଭାବରେ ଶ୍ରୀ ମହାପାତ୍ରଙ୍କ ସହ ଦେଖା ହେବା ପରେ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ତେଣୁ ଓଡ଼ିଆ ସଙ୍ଗୀତର ଇତିହାସରେ ଏହା ଏକ ସ୍ମରଣୀୟ ଗୀତ ।

ଶୁଣିବେ

Did you find apk for android? You can find new Free Android Games and apps.

2 responses on “ଯମୁନା କୂଳେ କାଳିଆ

  1. ଏଇ ଗୀତ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ପ୍ରେରଣା ଦେଇଥିଲା ସଂଗୀତ ଶିକ୍ଷା ପାଇଁ । ମନେ ମନେ ବାସୁଦେବ ମହାପାତ୍ରଙ୍କୁ ଗୁରୁ ମାନି ନେଇଥିଲେ ସେ । ଥରେ ଅକସ୍ମାତ୍ ଭାବରେ ଶ୍ରୀ ମହାପାତ୍ରଙ୍କ ସହ ଦେଖା ହେବା ପରେ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ତେଣୁ ଓଡ଼ିଆ ସଙ୍ଗୀତର ଇତିହାସରେ ଏହା ଏକ ସ୍ମରଣୀୟ ଗୀତ ।

    1. ମୂଲ୍ୟବାନ ତଥ୍ୟ ପାଇଁ ଅନେକ ଧନ୍ୟବାଦ । ଏହାକୁ ଗୀତଟିର ଲିଙ୍କ ପାଖରେ ଯୋଡ଼ିଦେଇଛି । 🙂

ମତାମତ ଦିଅନ୍ତୁ