ଜଗବନ୍ଧୁ ଅନ୍ଧାର କଣା

Want create site? Find Free WordPress Themes and plugins.

ଜଗବନ୍ଧୁ ଅନ୍ଧାର କଣା
ଭଲ ମନ୍ଦ ତୋତେ ନ ଗଲା ଜଣା ।
ଯେତେ ମାରୁ ସାରୁ ଅଖାଦ୍ୟ କଖାରୁ
କୈବଲ୍ୟ କଣାରେ କଲୁ ତୁ ବଣା । ଘୋଷା ।

ମହାପରସାଦ ଅବଢ଼ା
ବରଗଡ଼ ମିଶା ବଗଡ଼ା
ହେ ନାଲି ବଗଡ଼ା
ପାଟିରେ ପୂରାଇ ରଗଡ଼ି ଦେଉଛୁ
ଡାଲି ବୋଲି ଖାଲି ଅସିଝା ଚଣା । ୧ ।

ପିଠା ବୋଲି କାଳିଆ ସୁନା
ଖାଉ ଖାଲି ଚାଉଳ ଚୂନା
ଅମାଲୁ ଦମାଲୁ ତଣ୍ଟିକରେ ଗଲୁ
ସେ ତ ରହଣିଆ ଘିଅରେ ଛଣା । ୨ ।

ଖାଉ ଭୋଗ ବାର ବୋଲଣା
ଲୁଣିଆକି ହେଉ ଅଲଣା
ଅକାନ୍ଦିଆ ଚୂଡ଼ା ହୁଡ଼ୁମ୍ବ ଉଖୁଡ଼ା
ଗିଳିଦେବା ପାଇଁ ହେଉଛ ବଣା । ୩ ।


କେଶବ ରାଉତ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ