ହେରହୋ ନୀଳଗିରିପତି ରାଜ ହି

Want create site? Find Free WordPress Themes and plugins.

ହେରହୋ ନୀଳଗିରିପତି ରାଜ ହି
ସୁଭଦ୍ରା ବଳରାମ ସଙ୍ଗେ ଅନୁପାମ
ସିନାନ ମଣ୍ଡପ ମାଝ ହି । ପଦ ।

ଶଙ୍ଖ ଘଣ୍ଟା କାଂସୀ
ବେଣୁ ବୀଣା ବଂଶୀ
ମଧୁର ଦୁନ୍ଦୁଭି ବାଜନ୍ତି ।
ସେବକ ପଡ଼ିଆରି
ଘଟ ଭରି ବାରି
ଢାରଉ ତାହାଙ୍କୁ ମାଖନ୍ତି ।

ଜୟ ଜୟ ଧ୍ୱନି
ସୁର ନର ମୁନି
ସ୍ତୁତି ନତି ପ୍ରଣିପାତ ହି ।
ଶ୍ରୀମୁଖ ଚନ୍ଦ୍ରରୁ
ସୌରଭ ଆସୁଛି
ଗଜେନ୍ଦ୍ର ବେଶ ଉ ଆପ ହି ।

ଜୟ ଯଦୁପତି
ତିନିଲୋଗ ଗତି
ବହୁ ଉପହାର ଭୋଜନ୍ତି ।
ମଣି କୋଠାଚଳେ
ସାଲବେଗ ବଲେ
ଦେବ ନାରିଗଣ ନାଚନ୍ତି ।


ଏହି ଗୀତଟି ‘ଶ୍ରୀ ଶ୍ରୀ ପଦକଳ୍ପତରୁ’ ପୁସ୍ତକରେ ୧୫୪୨ ପଦାବଳୀ ରୂପେ ମୁଦ୍ରିତ ହୋଇଛି । ସେଥିରେ ‘ଅଥ ନୀଳାଚଳସ୍ୟ ପଦଂଯଥା ଆଶୋୟାରି ଉଡ଼ିୟାଖେମଟା’ ଶୀର୍ଷକ ରହିଛି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ