ଚାହୁଁ ଚାହୁଁ ବୁଡ଼ିଲା ମୋ ଭେଳା

Want create site? Find Free WordPress Themes and plugins.

ହେ ଚକାଡୋଳା
ଚାହୁଁ ଚାହୁଁ ବୁଡ଼ିଲା ମୋ ଭେଳା ।

ଏକ ଚକେ ରଥ ଚାଲୁଥିଲା
ବେନି ଚକ ହେଲୁ ନ ଚଳିଲା ।
ତିଳ ଚୋପା ପ୍ରାୟେ କବାଟ ଲାଗିଛି
ତହିଁ ମତ୍ତଗଜ ଖେଳୁଥିଲା । ୧ ।

ବନ୍ଧ ନାହିଁ ପାଣି ରହିଥିଲା
ବନ୍ଧ ହେଲା ପାଣି ବହିଗଲା ।
ସେ ବନ୍ଧ କାଟନ୍ତେ ତଳକୁ ନ ଯାଇ
ଉପରକୁ ପାଣି ବହିଗଲା । ୨ ।

ବାଇଶି ପାବଚ୍ଛ ଗଳିମୁଖେ
କୈବଲ୍ୟ ରହିଛି ବେନି ପାଖେ ।
ବ୍ରାହ୍ମଣଠାରୁ ଚଣ୍ଡାଳ ପରିଯନ୍ତେ
କୈବଲ୍ୟ ଦିଅନ୍ତି ମୁଖେ ମୁଖେ । ୩ ।

କହେ ସାଲବେଗ ରସଲୀଳା
କେ କହିପାରିବ କୃଷ୍ଣଲୀଳା ।
ସହନ୍ତା ଦୀପରେ ଅନଳ ଜଳୁଛି
ତଇଳ ପକାନ୍ତେ ଲିଭିଗଲା । ୪ ।


ଏହା ସାଲବେଗଙ୍କ ବ୍ରହ୍ମଜ୍ଞାନମୂଳକ ଭଜନ । ଏଥିରେ ଶରୀରକୁ ଏକଚକ୍ର ରଥ ରୂପେ ବର୍ଣ୍ଣନା କରି ଶରୀରର ମୁକ୍ତି ସକାଶେ ନୀଳାଚଳର ବାଇଶି ପାବଚ୍ଛ ଓ କୈବଲ୍ୟ ଏକମାତ୍ର ଆଧାର ରୂପେ ବର୍ଣ୍ଣନା କରାଯାଇଛି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ