ହରିବନ୍ଧୁ ବେବର୍ତ୍ତା ପଟ୍ଟନାୟକ

Want create site? Find Free WordPress Themes and plugins.

ପାରଳାଖେମୁଣ୍ଡିର ଅଧିବାସୀ । ଗୋପାଳକୃଷ୍ଣ, ଗୌରହରି ଓ ନୃସିଂହ ପଟ୍ଟନାୟକଙ୍କ ସମକାଳୀନ କବି । ଗୌରହରିଙ୍କ ଠାରୁ ସେ ବାଦନ କଳା ଶିକ୍ଷା କରିଥିଲେ । ସେ ଗୃହୀ ବୈଷ୍ଣବ ଥିଲେ । ବହୁ ଗ୍ରାମ୍ୟ ଗୀତ, ଗଣିତ ଗୀତ ବ୍ୟତୀତ କେତେକ ସଂସ୍କୃତ ଶ୍ଳୋକର ସଙ୍ଗୀତାନୁବାଦ କରିଥିଲେ । ତେଲୁଗୁ ସ୍ୱରରେ ଗୀତ ରଚନା କରିବା ଥିଲା ତାଙ୍କର ଅନ୍ୟତମ ବୈଶିଷ୍ଟ୍ୟ । ଓଡ଼ିଆରେ ଗୀତ ଲେଖିବା ସଙ୍ଗେ ସଙ୍ଗେ ବଙ୍ଗଳାରେ ମଧ୍ୟ କେତେକ ଗୀତ ସେ ଲେଖିଛନ୍ତି । ଏହାଙ୍କ ଗୀତାବଳୀକୁ ସଂଶୋଧନ କରି ତାଙ୍କ ପୁତ୍ର ଶ୍ୟାମସୁନ୍ଦର ବେବର୍ତ୍ତା ପଟ୍ଟନାୟକ ପ୍ରକାଶ କରାଇଥିଲେ । କବିଙ୍କ ରଚିତ ବହୁ ବଙ୍ଗଳା ଓ ଅନ୍ୟାନ୍ୟ ଗୀତ ବିନଷ୍ଟ ହୋଇଯାଇଥିବା ବିଷୟରେ ଶ୍ୟାମସୁନ୍ଦର ପଦ୍ଯାବଳୀର ମୁଖବନ୍ଧରେ ଲେଖିଛନ୍ତି ।

(ସାଇଟରେ ଉପଲବ୍ଧ ନ ଥିବା ରଚନାଗୁଡ଼ିକ ବାଇଗଣି ରଙ୍ଗରେ ଦିଆଯାଇଛି)

ଚଉପଦୀ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ