ଗୋପାଳକୃଷ୍ଣ ପଟ୍ଟନାୟକ

Want create site? Find Free WordPress Themes and plugins.

କବିକଳହଂସ ଭାବେ ପରିଚିତ । ପାରଳକାଖେମୁଣ୍ଡିର ବନବାସୀ ପଟ୍ଟନାୟକ ଓ ଲଳିତା ଦେଈଙ୍କ ସୁପୁତ୍ର ଗୋପାଳକୃଷ୍ଣ ପଟ୍ଟନାୟକ । ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ କବି ଭାବେ ଅନେକ ଚଉପଦୀ, ଜଣାଣ, ଭଜନ, କୋଇଲି ଓ ବୋଲି ଇତ୍ୟାଦିର ରଚୟିତା । ଏହାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ରାଧାକୃଷ୍ଣ ପ୍ରେମ ସମ୍ବନ୍ଧୀୟ ବା ଚୈତନ୍ୟଦେବଙ୍କ ସମ୍ବନ୍ଧୀୟ । କବିତାଗୁଡ଼ିକର ଭାଷା ଅତ୍ୟଧିକ କଠିଣ ନଥିଲେହେଁ ସ୍ଥାନେ ସ୍ଥାନେ କ୍ଳିଷ୍ଟ ଶବ୍ଦର ପ୍ରୟୋଗ ପରିଦୃଷ୍ଟ ହୁଏ । ଏହାଙ୍କ ଲେଖାଗୁଡ଼ିକ ଅତି ଭାବପୂର୍ଣ୍ଣ । ଜନଶ୍ରୁତି ରହିଛି ଯେ କବି ଭାବପ୍ରବଣ ହୋଇ କାନ୍ଥରେ ଗୀତଗୁଡ଼ି ଗାରେଇ ଦେଉଥିଲେ ଓ ପରେ ଭୁଲିଯାଇ ନୂତନ କବିତା ଲେଖିଚାଲୁଥିଲେ । କବିଙ୍କ ପଡ଼ୋଶୀ ହରିବନ୍ଧୁ ବେବର୍ତ୍ତା ଏହିଗୁଡ଼ିକୁ ସଙ୍ଗ୍ରହ କରି ଲେଖି ରଖୁଥିଲେ ଓ ତାଙ୍କରି ଯୋଗୁଁ ଗୋପାଳକୃଷ୍ଣଙ୍କ ରଚନା ଏଯାଏଁ ବଞ୍ଚିରହିଛି ।

ଚଉପଦୀ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ