ଦୂତୀବୋଧ ଚଉତିଶା

Want create site? Find Free WordPress Themes and plugins.

କର ଧରି ରାଧା ଦୂତୀର ପୁଣି
କୋମଳ କରି କହୁଛନ୍ତି ବାଣୀ
କର ଗୋ ସଖି ତୋତେ ତୁହି ଧ୍ୟାନ
କମଳକେଶରେ ନନ୍ଦନନ୍ଦନ ଗୋ
କରିବା ଚାଲ ଦର୍ଶନ ।
କାଳନ୍ଦୀ କୂଳରେ କଦମ୍ବ ମୂଳରେ
କଳାକର ନିରଞ୍ଜନ ଗୋ ।

ଖଟିଛନ୍ତି ଅଷ୍ଟସଖୀ ପାଶରେ
ଖେଳ କଉତୁକ ନାନା ରଙ୍ଗରେ
ଖିନ୍ନନାଳ ପରେ ତାଙ୍କ ଆଶ୍ରମ
ଖେଦାଅ ସଖି ତୋ ମନ ପବନ
ଖଟିଣଟି ଶ୍ରୀପୟରେ ।
ଖୋଜୁଛନ୍ତି ଯାଙ୍କୁ ଯୋଗଧ୍ୟାନେ ଯୋଗୀ
ଅଛନ୍ତି ତୁମ୍ଭ ହୃଦରେ ଗୋ ।

ଢ଼ଳଢ଼ଳ ରୂପ ଆଜ ମିତଣୀ
ଢ଼ାଙ୍କୁଣୀ ଫେଇ ଦେଖାଇଲୁ ଆଣି
ଢୋଳାଉଥିଲି ହେତୁ ନଥିଲାକୁ
ଢ଼ିରା ଦେଇ ଦେଖାଇଲୁ ବ୍ରହ୍ମକୁ
ଢ଼ମ ପଣେ ନାହିଁ ବାଞ୍ଛା ।
ଢ଼ଳି ନାଚୁଛନ୍ତି ମୋହନ ମୂରତି
ଦେଖିବାକୁ ମୋର ଇଚ୍ଛା ।

ଦେଖିଲି ସାକ୍ଷାତେ ପରମ ଜ୍ୟୋତି
ଦହିଲା ସୁବର୍ଣ୍ଣ ପରାଏ କାନ୍ତି
ଦୀପ ପରାଏ ଦପ ଦପ ହୋଇ
ଦୃଷ୍ଟି ଅଗ୍ରତରେ ଦେଖିଲି ସହୀ
ଦିବ୍ୟରୂପ ନିରଞ୍ଜନ ।
ଦୟା କରି ମୋତେ ହୁଅନ୍ତର ପ୍ରସନ୍ନ
ହୃଦେ ଉଦେ ହେଲା ଜ୍ଞାନ ।

ନାହିଁ ମୋର କାହିଁ ଅନ୍ୟ ଭରସା
ନାମବ୍ରହ୍ମରେ କରିଥାଇ ଆଶା
ନିରତେ ଚାତକ ପରାଏ ହୋଇ
ନିରତେ ଚିତ୍ତେ ଧ୍ୟାନ କରୁଥାଇ
ନିରାକାର ନିରଞ୍ଜନ ।
ନାଗନର ପୁରେ ସୁରେ ଅଗୋଚର
ଅଧିକ କି ଅଛି ସାର ।

ପରମବ୍ରହ୍ମ ପରମାତ୍ମା ହରି
ପରାପର ନାହିଁ ଅଛନ୍ତି ପୂରି
ପରଚେ ହୋଇ ତାଙ୍କ ସଙ୍ଗେ ସଖୀ
ପରମବ୍ରହ୍ମଙ୍କୁ ନୟନେ ଦେଖି
ପାଇଲି ପରମ ପଦ ।
ପାତକରାଶି ପକାଇଣ ନାଶି
ଚିତ୍ତ ମୋ ହେଲା ପ୍ରମୋଦ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ