ଦୁଃଖୀ ସୋଦର ହେ

Want create site? Find Free WordPress Themes and plugins.

ଦୁଃଖୀ ସୋଦର ହେ ଦୀନ ଦୟାଳୁ ହରି ।
ଦକା ନ ତୁଟିଲା ମନୁ ମୋହରି । ପଦ ।

ଦେଇ ଅଛ ଯେତେ ଦୁଃଖ ।
ତାରି ତହୁଁ ରଖିଅଛ ।
ଏବେ ମୋ ଦୁଃଖ ଦେଖି ଗଲ କି ଡରି । ୧ ।

ଦୁରାମୟ ସଂସାର ।
ଦୁଷ୍ଟଙ୍କ ପରିଚାର ।
ଦାରିଦ୍ର୍ୟ ଦୁଃଖ ହର ହେ ଦଇତ୍ୟାରି । ୨ ।

ଦଣ୍ଡିଲେ ବ୍ରହ୍ମରାଶି ।
ନିଶ୍ଚୟ ଗଲି ଭାସି ।
ଦେଇଣ କୃପା ନାବ କରିବ ପାରି । ୩ ।

ଦମ୍ଭ କରିଛ ଚିତ୍ତ ।
ଦାମୋଦର ମଇତ୍ର ।
ଦାନୀପଣେ କେ ଅଛି ତୁମ୍ଭଙ୍କୁ ସରି । ୪ ।

ଦୀନ ନୀଳାଦ୍ରି କହି ।
ଦ୍ୱନ୍ଦ୍ୱ ଦେଲ ଲଗାଇ ।
ଦେଲି ଅରଜି ଦେଲେ ଦିଅ ପାସୋରି । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ