ଢଳି ଢଳି ହସି ହସି

Want create site? Find Free WordPress Themes and plugins.

ଢଳି ଢଳି ହସି ହସି ଆସୁ ଯେ ଥାଉ
ଢାଳେ କି ତା ନେତ୍ରପଥେ ଦେଖିବି ଆଉ । ୧ ।
ଢଳି ଯେ ଚୁମ୍ବିଲି ଦିନେ ନୟନେ ତୋର
ଢଗମେଲି ଭିଡ଼ିଲୁ ଯେ ଗଳା ମୋହର । ୨ ।
ଢାଉ ଘୋରି ଲେଖଇଁ ତୋ କୁଚେ ଚିତ୍ରକ
ଢମ କାମ ଚେତାଇ ତା ହରେ ବିବେକ । ୩ ।
ଢଳି ଭୁଜେ ଭିଡ଼ିଣ ଯେ ଦେଉ ଚୁମ୍ବନ
ଢାଳିଲୁ ତେଡ଼େ ପୀରତି ଜୀବନଧନ । ୪ ।
ଢୋକୁଥାଇଁ ତୋ ଅଧରୁ ଅମୀୟରସ
ଢାଳିଲୁ ଯେ ଭାବେ ଭଣେ ଭଞ୍ଜ ନରେଶ । ୫ ।

Did you find apk for android? You can find new Free Android Games and apps.