ଦେଖ ମୁଁ ଯାଉଛି ସରି

Want create site? Find Free WordPress Themes and plugins.

ଦେଖ ମୁଁ ଯାଉଛି ସରି
କ୍ଷୀରୋଦ ସିନ୍ଧୁ ବେହାରୀ
ଏକ ପାଦ ବିନ୍ଦ ଧ୍ୟାୟି
ଜୀବନ୍ତେ ଅଛି ନ ମରି । ପଦ ।

ଏଡ଼େ ବଡ଼ ପ୍ରଭୁ ଥାଇ
ନିରେଖ ହେଉଛି ମୁହିଁ
ଚାତକ ପରାଏ ଚାହିଁ
ଶ୍ରୀଗୁରୁଙ୍କୁ ଅନୁସରି । ୧ ।

ସମୁଦ୍ର ପରାଏ ଆଶା
ମନରେ କରି ଭରସା
ଫେଡ଼ ମୋ ଅଖିଳ ଦଶା
ଅନ୍ତର୍ଗତେ ଦୟା କରି । ୨ ।

ଗଳାରେ ବାନ୍ଧି ବନ୍ଧନ
ଦନ୍ତରେ ଧରି ତିରଣ
ପାଦେ ପଶୁଛି ଶରଣ
ବେନି ହସ୍ତ ଯୋଡ଼ି କରି । ୩ ।

ଶ୍ରୀଗୁରୁ ଯେମନ୍ତେ ସତ
ରଖିବ ମାନ ମହତ୍ତ୍ୱ
ଭଣେ ଭୀମ ଅରକ୍ଷିତ
ନିଶ୍ଚୟେ ମୁଁ ଯିବି ତରି । ୪ ।


ସିକନ୍ଦର ଆଲାମ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ