ଡାକ ନ ଶୁଣ କିମ୍ପାଇଁ

Want create site? Find Free WordPress Themes and plugins.

ଡାକ ନ ଶୁଣ କିମ୍ପାଇଁ,
ଭବସିନ୍ଧୁ ଜଳେ ପଡ଼ି ଭାସୁଅଛି ମୁହିଁ । ଘୋଷା ।

ଡାକି ଡାକି ଦିବାନିଶି କଣ୍ଠ ଶୁଖିଯାଇ
ଯେସନେ ଚାତକ ପକ୍ଷୀ ତେସନେକ ମୁହିଁ । ୧ ।

ନିରତେ ଆଶା କରିଛି ହୃଦପଦ୍ମେ ଧ୍ୟାୟି
କିମ୍ପା ନିର୍ଦ୍ଦୟା କରୁଛ ତ୍ରୈଲୋକ୍ୟ ଗୋସାଇଁ । ୨ ।

ଯାର ଆଜ୍ଞାରେ ଚଳୁଛି ତ୍ରିଭୁବନ ମହୀ
ଭକତ ବତ୍ସଳ ବାନା ଅଛ ପରା ବହି । ୩ ।

ମୁଢ ପାପୀ ଜୀବଆତ୍ମା କିମ୍ପା ଅଛ ରହି
କେ ସହୁ ଏତେ କଷଣ ମର୍ତ୍ତ୍ୟେ ଦେହ ବହି । ୪ ।

ଦୁଃଖୀ ଦୁଃଖ ଜଣାଉଛି ନ ଶୁଣ କିମ୍ପାଇଁ
ଅଲେଖ ଅବଧୂତ ବାନା କି କରିବ ଥାଇଁ । ୫ ।

ମୁହିଁ ପାପିଷ୍ଠ ପାମର ଦୁର୍ଜ୍ଜନ ଅଟଇ
ଅପରାଧ କ୍ଷମାକର ବୋଲେ ଭୀମ ଭୋଇ । ୬ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ