ଚାଟୁ ତରଙ୍ଗ ଚଉତିଶା

Want create site? Find Free WordPress Themes and plugins.

ଘନ ପୀନ ଉଚ୍ଚ କୁଚ ଗିରି ଶିଖେ
ମଦନ କରୁଛି କେଳି ।
ଘନ ପତ୍ରାବଳୀ କୁଞ୍ଜଲତା ଦେଖ
ଆକାଶୁ ଏ ଘନ ମିଳି ଗୋ ।
ଘନ ଜଘନି ଆରେ ।
ଘେନି ବିନତି କରୁଛି ତୋରେ ଗୋ ।
ଘୋର ଦୁଃଖ ନ ଦିଅ ତୁ ମୋରେ ।

ଟାଣି ଗୁଣସାର ମାରୁଅଛି ବାଣ
ଶୁଣରେ ବୀଣାବଚନା ।
ଟାଣେ ତୋ ନୟନ ପ୍ରାନ୍ତ କୁନ୍ତମାରି
ରଖ ବାରେ ମୁଂ ତୋ କିଣାରେ ।
ଟାଣି ମଦନ ଶର ।
ଟିକିଟିକି କରୁଛି ଶରୀର ମୋ ।
ଟେକି ରଖ ତୋ କୁଚ ମଧ୍ୟର ଗୋ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ