ଚନ୍ଦ୍ରବଦନୀ ରାମା

Want create site? Find Free WordPress Themes and plugins.

ରାଗ ଶଙ୍କରାଭରଣ ଭୀମଦେବ ତାଳ ଏକତାଳି
(ମତାନ୍ତରେ ରାଗ ସୁରଟ କେଦାର)

ଚନ୍ଦ୍ରବଦନୀ ରାମା
(ରସେ) ରସାଉ କି ନା ରେ । ପଦ ।

ଦଣ୍ଡକ ମଦନରେ ଦେଲା କେତେ ଦଣ୍ଡ
କାଣ୍ଡ ତୂଣୀରୁ କାଢ଼ି କାଟୁଅଛି ପିଣ୍ଡ
ଗଣ୍ଡରୁ କର ତେଜି ଚୁମ୍ବନ ମଣ୍ଡ
ଭଣ୍ଡନା ଅନା । ୧ ।

ଅନ୍ତର କଲେ ମୁଁ ଯେ ହୋଇବି କାହାର
କର ଧରି କହୁଅଛି ଶୁଣ ରାମାବର
କାତର ଦେଖି ମୋର ଚିତ୍ତେ ଦୟା କର
ଗୁମାନୀ ହୋ ନା । ୨ ।

ଦ୍ୱନ୍ଦ୍ୱ ଲଗାଇ ତୁ ମନ୍ଦ ହସ
ଛନ୍ଦ ଦେଇ ଗଳାରେ ବାନ୍ଧ ବାହୁ ପାଶ
ଅନ୍ଧକାର ଦିଶିଲାଣି କନ୍ଦର୍ପର ତ୍ରାସ
କେ କଲା ମନା । ୩ ।

ସାର କରି କଥାଏ ନ କହିଲୁ ମୋତେ
ହାର କରି ଗଳାରେ ବାନ୍ଧିଥିଲି ତୋତେ
ବାରମ୍ବାର ଭୀମଦେବ କହଇ ଏ ଗୀତେ
ଶ୍ରୀଫଳସ୍ତନା । ୪ ।


ଗୁରୁ ଧୀରଜ ମହାପାତ୍ର ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ