ଚାଲ ଦେଖିଯିବା ଗୋ

Want create site? Find Free WordPress Themes and plugins.

ଚାଲ ଦେଖିଯିବା ଗୋ
ଶୁନ୍ୟବେଦୀ ତିନିକୋଣିଆ ।
ଦୁଈପାଖେ ଦୁଇ ବର ବସିଛନ୍ତୀ
ମଝୀରେ ବସିଛି କନିଆ । ଘୋଷା ।

ପୂର୍ବରୁ ବର ପଶ୍ଚିମକୁ ଯାଉଛି
ବାର ବରଯାତୀ ମେଳେ ।
କନ୍ୟା ମନ ଜାଣି ବର ବରିଅଛି
ବାଟ ବରଗଛ ମୂଳେ । ୧ ।

ବର ରୁପ ଗୋଟି କି ଅବା ବର୍ଣ୍ଣିବି
ସଂସାର ଭୀତରେ ନାହିଂ ।
ବତୀଶଠାରୁ ଯେ ଦ୍ୱାଦଶ ପର୍ଯ୍ୟନ୍ତେ
ଲାଗିଅଛି ଧୁଆଧୋଈ । ୨ ।

ଶୁନ୍ୟପେଣ୍ଡା ଗୋଟୀ ବିଭା କରାଉଛି
ଶୁନ୍ୟରେ ଶୁନ୍ୟ ମିସାଈ ।
ଶୁନ୍ୟ ନାରିମାନେ ବନ୍ଦାପନା କଲେ
ଶୁନ୍ୟେ ହୁଳାହୁଳୀ ଦେଈ । ୩ ।

ବର ଚଳିଗଲେ କନ୍ୟା ଚଳିଯିବ
ଚଳିଯିବେ ବରଯାତୀ ।
କହଇ ପାମର ହାଡୀଆ କମାର
ଲଭୀବେ ସେ ମୋକ୍ଷଗତୀ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ