ଚଢ଼େଇ ଗୀତ

Want create site? Find Free WordPress Themes and plugins.

ଗନ୍ଧକ ରସୁଣ ଘିଅ କୋରୁଅ ।
ଆପୁ ଜାଇଫଳ ଆକୁ ଦୋରୁଅ ।
ସୋରିଷ ପ୍ରମାଣେ ବଟିକା କରି ।
ପାଗିବା ପାଇଁ ତା ଦେବ ବିଚାରି ।
ବଳ ନ ଭାଞ୍ଜିବ ।
ତରକ ପାଞ୍ଚରେ ଯୁଝାଉଥିବ ।

ଚକା ଚକା ପକ୍ଷୀ କାଇଆ ଜାତି ।
ବଳିଣ ବେଲଣା କାଠ ଆକୃତି ।
ମୟୂରକଣ୍ଠିଆ ବଣିମୁଣ୍ଡିଆ ।
ବଡ଼ ବଡ଼ ଗୋଡ଼ ତମ୍ବାକାଠିଆ ।
ପାଇ ଏ ଚଢ଼ାଇ ।
ଗଡ଼ହଡ଼ କରି କର ଲଢ଼ାଇ ।


କବି ଅଭିମନ୍ୟୁ ବାଲ୍ୟ ବୟସରେ ଏହି ଗୀତଟି ରଚନା କରିଥିଲେ ବୋଲି ଜନଶ୍ରୁତି ରହିଛି । କବି ଛୋଟ ଥିଲା ବେଳେ ରାଜପରିବାର ଗୁଡ଼ିକରେ ପକ୍ଷୀମାନଙ୍କୁ ପାଳିବା ସଉକ ଦେଖି ଏହା ରଚନା କରିଥିଲେ ବୋଲି ଅନୁମିତ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ