ବ୍ରଜେନ୍ଦ୍ର ନନ୍ଦନ ସହି

Want create site? Find Free WordPress Themes and plugins.

(ମୋହନଙ୍କୁ ରୁଷିବ କି ସେ ରାଧା ତୁନାରେ ବୃତ୍ତେ)

ବ୍ରଜେନ୍ଦ୍ର ନନ୍ଦନ ସହି ଏକା ଶ୍ରୀରାଧାର
ଏକା ଶ୍ରୀରାଧାର ଆଉ ନୁହେଁ କି କାହାର । ପଦ ।

ଚନ୍ଦ୍ରାବଳୀ ଆଦି କରି
ପଶୁପ ନାଗରୀ ନାରୀ
ବୃଥା ପଛେ ପଛେ ଧାଇଁବାର । ୧ ।

ଏ ଦେହ ସେ ପରାଣଟି
ସେ ତନୁ ଏ ଜୀବନଟି
ବାରି ହେଉନାହିଁ ପ୍ରୀତି ଯାର । ୨ ।

ଯେଉଁ ପରି ସୁଲକ୍ଷଣ
ଯେମନ୍ତ ଶୋଭା ସୁଗୁଣ
ଊଣା ଅଧିକ ନାହିଁ ବାହାର । ୩ ।

ସେ ଦୁହିଙ୍କି ଏକା ବେଳେ
ଦେଖି ନେଉଛି ଯେ ଡୋଳେ
ଆନ ଇଚ୍ଛା ହେଉଛି କି ତାର । ୪ ।

ଯା ମନ କୃଷ୍ଣକୁ ରସି
ଭଜିବ ରାଧାର ଦାସୀ
ହେଉ ଗୋପାଳକୃଷ୍ଣ ପ୍ରକାର । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ