ଭୂପତି ଚଉତିଶା

Want create site? Find Free WordPress Themes and plugins.

କହଇ ଦୂତୀ ରାଧିକା କର ଧରି ଶ୍ରୀକୃଷ୍ଣ ବିରହ ଦୁଃଖ
କେଉଁ ଦୋଷକୁ ରୋଷକରି କାନ୍ତକୁ ହେଲୁ ତୁ ଏଡ଼େ ବିମୁଖ ।
କାନକଟା କୀଟ କା କାନ କାଟିଛି କେହି ନ କଲେ ବିବେକ
କଳଙ୍କ ଦିଅନ୍ତି ଅକଳଙ୍କ ଜନେ ଏହି ମତି ଅବିବେକ ।

ଖଣ୍ଡ ହିଁ ଖଣ୍ଡନ କରେ ପ୍ରାଣୀ ପ୍ରାଣ କୋଚିଲା ସଙ୍ଗତେ ଜଡ଼ି
ଖାଉଥାଇ ଯେହ୍ନେ କୁଭକ୍ଷ କୋକିଳ ବାୟସ ବସାରେ ପଡ଼ି ।
କ୍ଷୀର ନୀର ଯେହ୍ନେ ଅଭେଦ ପୀରତି ଖାର ମିଶି ଯାଏ ଛିଡ଼ି
ଖଚ ଗୋବିନ୍ଦ ବିଷୟରେ ଶୁଣିଲେ ଗୁରୁ ପ୍ରଭୁଙ୍କୁ ହିଁ ଛାଡ଼ି ।
ଖଣ୍ଡିଏ ଲେମ୍ବାଉ ମିଶିଲେ କର୍ପୂର ପଇଡ଼ ଗରଳ ସରି
ଖଳ ମନ୍ତ୍ରୀ ବୋଲେ କ୍ଷଣକେ ନାଶିଲା ମାନଗୋବିନ୍ଦର ଶିରୀ ।

ଗାଳିହିଁ ଦେଇ କଥାଏ ନ କହିଲୁ ଗୋବିନ୍ଦ ଏହି ତା ଘୋଷେ
ଗର୍ଜ୍ଜନ ବଜ୍ରାଘାତେ ସହେ ଚାତକ ଜଳଟୋପିକର ଆଶେ ।
ଗଣ୍ଠିଗଲା ହରି ପୀରତି ହୀରା ତୋ ଅଭଙ୍ଗ ଅପୁରାତନ
ଗଳାରେ ରଖୁ ରଖୁ ହେଲା ମଳିନ ସ୍ଫଟିକମାଳା ଯେସନ ।

ଊର୍ଦ୍ଧ୍ୱନିଃଶ୍ୱାସ ଛାଡ଼ି କୃଷ୍ଣ କହୁଛି କଳାବୋଲି ଅବା ମୋତେ
ଅନ୍ତର କଲା ଏତେ ଗଉରୀ ଅଣହେଳା କରି ଚିତ୍ତେ ।

ଚନ୍ଦ୍ରଙ୍କୁ ଯେସନେ କ୍ଷୀରସିନ୍ଧୁମୀନ ଜଳଚର ସଙ୍ଗେ ମଣି
ଚେତନ ହୀନେ ଆମ୍ଭେ ତୁମ୍ଭ ଦୁହିଁଙ୍କି ଗୋପ ସୁତାସୁତ ମଣି ।
ଚତୁର୍ଦ୍ଦଶ ଲୋକେ ଯେଉଁ ଦୁହିଁଙ୍କର ଉପମା ଦେବାକୁ ନାହିଁ
ଚହ୍ଲାବିକାଳୀ ଗୁଆଳୀ ଗଉଡ଼ୁଣୀ ଆମ୍ଭେ ତା ଜାଣିବୁ କାହିଁ ।

ଛାଇ ଯେମନ୍ତ ଯେମତକୁ ତେମନ୍ତ କ୍ଷମାନିଧି ସେହି ରୂପ
କ୍ଷଣକେ ଭକତି ଭୂମିଦାନ ବ୍ୟକ୍ତି କୃପାକଲେ ଭକ୍ତରୂପ ଯେ ।

ଛାଡ଼ କର୍କଶ ହୃଦ କରକୋମଳ ପ୍ରେମ ଅଙ୍କୁର ପ୍ରକାଶୁ
ଛଛନ୍ଦ ମନକୁ ମୁକୁର ମଣ ତୁ ହରି ପ୍ରତିବିମ୍ବ ଦିଶୁ ।
ଛାଡ଼ ଧରି ତୁ ଅସାଧୁ ସାଧୁ ସଙ୍ଗ ଗରଳ ଅମୃତ ଭୋଗ
ଛିଡ଼ଇ ବଢ଼ଇ ଶଶୀଶ୍ୟାମ ଶ୍ୱେତ ପକ୍ଷରେ ହେଲେ ସଂଯୋଗ ।

ଶରଦରାକା ରଜନୀକର ଚାହିଁ ରାଧା ଦୂତୀଙ୍କି କହିଲେ
ଶୁକ୍ଳ ଅଭିସାର ସଜ ମୋତେ କର ନେତ୍ରାନ୍ତରେ ଆଜ୍ଞା ଦେଲେ ।
ଶ୍ୱେତବସନ ସବୁ ଶ୍ୱେତଭୂଷଣ ସମୂହ ଶ୍ୱେତସୁମନ
ଶ୍ରୀଖଣ୍ଡ ଚନ୍ଦନ ଚନ୍ଦ୍ରମା ସହିତେ ସର୍ବାଙ୍ଗେ କଲେ ଲେପନ ।
ଶ୍ରୀଗଜପତି ଭୂପତି କୀର୍ତ୍ତିରସ ସିଦ୍ଧି ବିଷହି ସଙ୍ଗମେ
ସାନନ୍ଦେ ଦୂତୀ ଘେନି ପ୍ରିୟଯୁବତୀ କୃଷ୍ଣଙ୍କୁ ହସି ପ୍ରଣାମେ ।
ଶ୍ରୀରାଧାକୃଷ୍ଣ ସଙ୍କେତ ଭେଟିରସ ସଂସାରରେ ଉପମା ନାହିଁ
ଶତେଅଂଶ ଲକ୍ଷ୍ମୀନାରାୟଣ ହେଲେ ସେ ସୁଖ ଲଭିବେ କାହିଁ ଯେ ।
ସୁଖ ନଦୀ ସିନ୍ଧୁ ସଙ୍ଗମ ଅଭେଦ ସମାନ ହେବାରେ ମନ
ସ୍ନେହ କଳ୍ପଲତା ସ୍ନେହ କଳ୍ପତରୁ ଦୁହେଁ ଦୁହିଙ୍କି ସମାନ ।
ସମ୍ପୂର୍ଣ୍ଣ କାମନା ରାଧା କଲେ ଶ୍ରୀକୃଷ୍ଣହିଁ ରାଧାଙ୍କର

ଖଚହିଁ ଭଲ ଭଲ ଲୋକେ କହ୍ନ୍ତି କ୍ଷତିପତି ଆଶ ଚାହିଁ
କ୍ଷାର ସମୁଦ୍ର ସଙ୍ଗମେ ଗଙ୍ଗା ଯେହ୍ନେ ଲବଣ ଭାବକୁ ବହି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ