ଭିନ୍ନେ ଆଜ ତୋ ରୀତିରେ

Want create site? Find Free WordPress Themes and plugins.

ଭିନ୍ନେ ଆଜ ତୋ ରୀତିରେ, ପଙ୍କଜନୟନା
ମାନେ ବଳିଛି ମତିରେ
ମାର ମାରଣକୁ ବାରଣ ମୋର ତୁହି
ଦାରୁଣ ବହୁ ଏକି ବାରଣ ଜିତଗତି । ପଦ ।

କାହୁଁ ଶିଖିଲୁ ଏ ମାନ, କିଶୋରୀମଣି
କହରେ ସଖୀ ମୋ ଆନ
ତୋ ବିନୁ କେ ମୋ ଆନ, ନାହିଁ ମାନସେ ଘେନ
ଏ କି ଦିନକୁ ଦିନ, ଦେଖି ତୋର ଗୁମାନ
ଶାଣ ଦେଇ ସ୍ମର-ରାଣ ଧରି ଫୁଲ
ବାଣଗଣରେ ମୋ ପ୍ରାଣ ନେବ ବୋଲି
ଟାଣ କରି ମାରେ, ଜାଣ ସୁଚିତ୍ତରେ
ପ୍ରାଣଧନ ପରିତ୍ରାଣ କର ବାରେ । ୧ ।

ଧରି କହୁଛି ତୋ କର, ସୁଜାଣୁବର
ନିରତେ ନ ହସା ପର
ନେତ୍ରୁ ଯା ତେଜୁ ନୀର, ଧାର ଊରଜ ପର
ସାର କରିଛୁ କିରେ, ସାର ବିରସ ଛାର
ଆସ ବନ୍ଧୁ ମୋ ମାନ ନାଶ ତୋର
ନିଜ ଦାସ କରି, ସୁରସ ରଙ୍ଗିନୀ
ଭାଷ ନ କର ନିରାଶ ବହିଅଛୁ
କାଶଶଶିଜିତ, ହାସିନୀ ଏକି ତୋର । ୨ ।

ଗଣ୍ଡଦେଶରେ ମଣ୍ଡନା, ପଲ୍ଲବ ପାଣି
ରାମା ପ୍ରୀତିକି ଖଣ୍ଡନା
ମହୀ ଚାହିଁ ବସନା, ଚାରୁ ନୀଳ ବସନା
କିଞ୍ଚିତେ ଥରେ ଅନା, ଅନାଦରେ ରସନା
ରଙ୍ଗ ଅଧର, ବିରଙ୍ଗ ପରିହରି
ରଙ୍ଗେ ବିହରି ମୋ, ସଙ୍ଗେ ଆରେ ଗୋରି
ତୁଙ୍ଗ ସ୍ତନା ତୁ ମୋ, ଅଙ୍ଗ ଭର କରି
ସଙ୍ଗିନି ରେ ମୋର, ସଙ୍ଗକୁ ତେଜନା । ୩ ।

ମୁଖ ଶଶିକି ପ୍ରକାଶ, କୁନ୍ଦରଦନା
ମୋ ଦୁଃଖ ତମକୁ ନାଶ
ସରଜ ପ୍ରୀତି ବିଶେଷ, ଅରଜନା ଅପଯଶ
ବରଜ ମଣ୍ଡନା ଆସ, ତରଜ ନା କୋଳେ ବସ
ଶ୍ୟାମ ବିନୟରେ, ହେମ ସୁବରନି
ବାମତେଜି ଅତି, ପ୍ରେମରେ ମଜ୍ଜିଲେ
ତାମରସ ପଦ, ଧ୍ୟାନେ ଦ୍ୱିଜ ପଦ୍ମ
ନାଭ ହରଷରେ ଗାନ କରି ଏ ରସ । ୪ ।


ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ